ରାଜ୍ୟ

ବିଧବା ଅସହାୟ ବୃଦ୍ଧାକୁ କେବେ ମିଳିବ ରାସନକାର୍ଡ଼

ନୂଆପଡ଼ା(ବିରବଲ ପ୍ରଧାନ)ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ମାଲ ମାଲ ଯୋଜନା କରୁଛନ୍ତି ହେଲେ ଯୋଜନା ସରକାରୀ ଅଧିକାରୀଙ୍କ ଉଦାସୀନତା ମନଭାବ ଯୋଗୁ ଆଜି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚିପାରିନି ଅନେକ ଯୋଜନା I ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି  ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ଗ୍ରାମପଞ୍ଚାୟତ ର ଦିଆମୁଣ୍ଡା ଗ୍ରାମର ଅସହାୟ ବିଧବା ବୃଦ୍ଧଙ୍କୁ କେବେ ସରକାରଙ୍କ ନଜର ପଡିବ I ଦିଆମୁଣ୍ଡା ଗ୍ରାମରେ ବାସ କରନ୍ତି ଜୁଗରି ରାଉତ ସେ ଏକା ଜୀବନ ଅତିବାହିତ କରୁଛନ୍ତି l ସେ ତାଙ୍କ ପୁଅ ଓ ବହୁଙ୍କୁ ସହ ବେଶ ହସ ଖୁସିରେ ଚଳୁ ଥିଲେ, ହେଲେ ତାଙ୍କ ପୁଅ, ବହୁଙ୍କ ମୃତ୍ୟୁ ହୋଇଯାଇଥିବାରୁ l  ଅସହାୟ ବୃଦ୍ଧାଙ୍କ ବୟସ 80 କୁ ଛୁଇଁ ଲାଣି ହେଲେ ସରକାରଙ୍କ ଏକାମତ୍ରା ତାଙ୍କ ବାର୍ଦ୍ଧକ୍ୟ ଭତ୍ତାରେ ଚାଉଳ କିଣିକି ରୋଷଇ କରି ନିଜ ଘରେ ଖାଉଛନ୍ତି I ଏବେ ବୃଦ୍ଧା ଜଣଙ୍କ  ଅତି ଦୁଃଖର ସହିତ ଅତିବାହିତ କରୁଛନ୍ତି l ତାଙ୍କ ଚଳିବ ବହୁତ କଷ୍ଟକର ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତାଙ୍କୁ ଯଦି ସରକାର ଗୋଟିଏ ଅନ୍ତୋଦୟ କାର୍ଡ଼ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଏକ ଅନ୍ତୋଦୟ କାର୍ଡ ମିଳନ୍ତା ତାହେଲେ ସେ ଭଲରେ ଚଳି ପାରିବେ l ଭତ୍ତା ଭରସାରେ ଜୀବନ କାଟୁଥିବା ବେଳେ କିଛି ମାସ ହେବ ସେ ତାଙ୍କ ଟଙ୍କା ବ୍ୟାଙ୍କ ପାସବୁକରେ ପଡୁଥିବାରୁ ବେଶୀ ଅସୁବିଧା ଭୋଗିବାକୁ ପଡୁଛି ଜୁଗରି ରାଉତକୁ ସରକାର ଘର ଖଣ୍ଡିଏ, 35kg ର ରାସନ କାର୍ଡ଼ ଏବଂ ଭତ୍ତା ଟଙ୍କାକୁ ମାସକୁ ମାସ ଘରେ ପାଆନ୍ତି ତାହେଲେ ସେ ଖୁସିରେ ଚଲିପାରନ୍ତା ବୋଲି କହିଛନ୍ତି l ଏ ନେଇ ଆମେ ବିଡ଼ିଓ କୋମନା ସୁଶାନ୍ତ କୁମାର ରଣାକୁ ଯୋଗାଯୋଗ କରିବାରୁ ସେ ପ୍ରତିଶୃତି ଦେଇଛନ୍ତି ଯେ ଯଥାଶୀଘ୍ର ତାଙ୍କୁ ଘରକୁ ଭତ୍ତା ଟଙ୍କା ପଠେଇବୁ ଏବଂ ରାସନ କାର୍ଡ଼ର ବ୍ୟବସ୍ଥା ସହିତ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବୁ ବୋଲି ପ୍ରତିଶୃତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *