ରାଜ୍ୟ

କଲମର ଯାଦୁଗରି : ବିନା ଆ ର ଫାର୍ମ ରେ ଚାଲିଛି ପଥର ଓ ଗୁଢି ବ୍ୟବସାୟ 

ଆସିକା : ୨୮/୭ ଆସ୍କା ରାଜସ୍ୱ ବିଭାଗ ଅଧିନ ରେ ଥିବା ଅଧିକାଂଶ ପାହାଡ ଗୁଡିକ ରୁ ଦିନ ଦ୍ୱିପ୍ରହରେ ଖୁଲାମ ଖୁଲା ବିନା ଆର ଫାର୍ମ ରେ ପଥର ଓ ଗୁଡି ଚାଲାଣ ହେଉଥିବା ଅଭିଯୋଗ ହେଉଛି।ରାଜସ୍ୱ ବିଭଗ ଅଧିକାରୀ ମହାଶୟ ହାତଗଣତି କେତେକ ପାହାଡ ଲିଜ ଦେଇ ଚୁପ ହୋଇ ବସି ରହିବା ଫଳରେ  ଲିଜ ନେଇଥିବା ଓ ଲିଜ ହୋଇନଥିବ ପାହାଡ଼ ଅବାଧ ରେ ଫୁଟାଇ ନିକଟରେ ଥିବା କ୍ରସର କୁ ନେଇ ଗୁଡି ପ୍ରସ୍ତୁତ କରି ବିନା ଆ ର ଫୋର୍ମ ରେ ଚାଲାଣ କରୁଥିଲେ ମଧ୍ୟ ବିଭଗୀୟ ଅଧିକାରୀ ଚୁପ ହୋଇ ବସିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ କ୍ଷତି ହେଉଛି।ରାଜସ୍ବ ବିଭାଗ ସହ ଏହି ମାଫିଆ ମାନଙ୍କ ମ୍ୟାଚ ଫିକ୍ସିଂ ହୋଇଥିବା ଯୋଗୁଁ ସରକାର ଙ୍କ ରାଜସ୍ୱ କ୍ଷତି ଘଟୁଛି। ପ୍ରକାଶ ଥାଉ କି ଗତ ଦୁଇ ବର୍ଷ ତଳେ ଆସ୍କା ପୋଲିସ ମ୍ୟାଜିକ ପେନ ର ପର୍ଦାଫାସ କରିଥିଲା। ପଥର ଓ ଗୁଡି ସମୟରେ ଏହି ମ୍ୟାଜିକ ପେନ ବ୍ୟବହାର କରି ଗୋଟିଏ ଆ ର ଫୋର୍ମ ରେ ବାରମ୍ବାର ତାରିଖ ଲେଖି ପଥର ଚାଲାଣ କରୁଛନ୍ତି।ଉକ୍ତ ମ୍ୟାଜିକ ପେନ ରେ କାଗଜ ଉପରେ ଲେଖି କାଗଜ କୁ ଗରମ କରିଲେ ଉକ୍ତ ଲେଖା ନିଭି ଯାଏ ଏହାର ସୁଯୋଗ ଗୁଡି ଓ ପଥର ଚାଲାଣ ମାଫିଆ ମାନେ ଏହିପରି ରାଜସ୍ୱ ଠାକୁଥିବା ଦେଖିବାକୁ ମିଳୁଛି।ଖୋଦ ଗଞ୍ଜାମ ଜିଲ୍ଲା ପାଳ ତଦନ୍ତ କରିଲେ ସରକାରଙ୍କ ରାଜସ୍ୱ ବଢ଼ିବ ।

Leave a Reply

Your email address will not be published. Required fields are marked *