ଅଯୋଧ୍ୟାରେ ଦର୍ଶନ ପାଇଁ ବଦଳିଗଲା ଶ୍ରୀ ରାମମନ୍ଦିରର ରାସ୍ତା
ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ପରେ ୨୦୨୪ ଜାନୁଆରିରୁ ରାମଲଲାଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାପୂର୍ବରୁ ରବିବାର ଜୁଲାଇ ୩୦ ଦ୍ବିପହର ପରଠାରୁ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦର୍ଶନ କରିବାର ପଥ ପଦଳି ଯାଇଛି। ଏତଦଦ୍ବାରା ଭକ୍ତଙ୍କ ପାଇଁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ଦୂରତା ହ୍ରାସ ପାଇଛି। ଏଥିସହିତ ଏହି ପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ବି ଖଞ୍ଜି ଦିଆଯାଇଛି। ଯେମିତି ଯାତ୍ରୀଙ୍କୁ କୌଣସି ପ୍ରକାର ଅସୁବିଧା ହେବନାହିଁ।
ଏଣିକି ଭକ୍ତଙ୍କୁ ରାମଲଲାଙ୍କ ଦର୍ଶନ ପାଇଁ ରାମପଥରେ ବିରଳା ଧର୍ମଶାଳା ସାମ୍ନା ଦେଇ ସୁଗ୍ରୀବ କିଳା ହୋଇ ଯିବାକୁ ପଡ଼ିବ। ଏହି ଜନ୍ମଭୂମି ପଥର ଦୈର୍ଘ୍ୟ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ପାଖାପାଖି ୮୦୦ମିଟର ଓ ପ୍ରସ୍ଥ ୮୦ଫୁଟ ରହିଛି। ଅର୍ଥାତ ମନ୍ଦିର ପରିସର ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ ଭକ୍ତଙ୍କୁ ୬୦୦ମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିବ। ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବ ପାଇଁ ଏହି ନୂଆପଥରେ ଦର୍ଶନ କରିବା ଦ୍ବାରା ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା କମ ସମୟ ଲାଗିବ ।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅନେକ ବର୍ଷ ଧରି ଚାଲୁଥିବା ମନ୍ଦିର ଓ ମସଜିଦ ବିବାଦର ସମାଧାନ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମ ଜନ୍ମ ଭୂମି ମନ୍ଦିରର ଭୂମି ପୂଜା କରିଥିଲେ।