ରାଜ୍ୟ

ବିଦ୍ୟୁତ ବିଭାଗର  କାମଚଳା ନୀତି l

ଶେରଗଡ଼ ୩୦/୭(ପି.ଏନ ):ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମରେ ବିଦ୍ୟୁତ ବିଭାଗ ର ମନମାନି ଦେଖିବାକୁ ମିଳିଛି l ପିତଳ ବିଦ୍ୟୁତ ସେକ୍ସନ ଅଂଚଳ ହିଞ୍ଜିଳିକାଟୁ ବିଦ୍ଯୁତ ଉପଖଣ୍ଡ ଅନ୍ତର୍ଭୁକ୍ତ ଅଟେ l  ହିଞ୍ଜିଳିକାଟୁ ବିଦ୍ଯୁତ ଉପଖଣ୍ଡର ପିତଳ ସେକସନରେ ଗୃହକୁ ବିଦ୍ଯୁତ ସଂଯୋଗ କରିବାରେ ବିଭାଗୀୟ କର୍ମକର୍ତ୍ତାମାନେ ପାତରଅନ୍ତର  କରୁଥିବା ଅଭିଯୋଗ ହେଉଛି ।ପିତଳ ର ଚାରି ଓ ଛଅ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ କିଛିଦିନ ପୂର୍ବରୁ ଦିଦ୍ଯୁତ ସଂଯୋଗ କରାଯାଇଛି।ଏଥିରେ ସଂପୂର୍ଣ୍ଣରୂପେ ବିଦ୍ୟୁତ ବିଭାଗ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି ।ଏହି କେନ୍ଦ୍ର ଦୁଇଟିରେ ମେଇନ ସୂଇଚସହ ଆର୍ଥଗିଂ ସଂଯୋଗ ହୋଇନଥିଲେ ମଧ୍ୟ ବିଦ୍ଯୁତ ସଂଯୋଗ କରାଯାଇଛି ।ଫଳରେ ଭବିଷ୍ୟତ ରେଏହି କେନ୍ଦ୍ରର କାନ୍ଥବାଡରେ ବିଦ୍ଯୁତ ସଂଚାର ହୋଇ ନିରୀହଅଂଗନବାଡି ଶିଶୁ  ମାନଙ୍କ ର ପ୍ରାଣ ହାନୀ ଘଟିବା ସମ୍ଭାବନା ରହିଛି ।ଏଥିପାଇଁ ଅଂଗନବାଡିକର୍ମୀ ନା,ସିଡିପିଓ ଦାୟୀରହିବେ ?ଅଥବା ହିଞ୍ଜଳିକାଟୁ ଏସଡିଓ ନା,ସେକ୍ସନ ଅଫିସର ଦାୟୀହେବେ? ତୁରନ୍ତ ଏହିଦୁଇଟି କେନ୍ଦ୍ରରୁ ବିଦ୍ଯୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ସାଧାରଣରେ ଦାବି ହେଉଛି ।ସବୁଠାରୁ ବିସ୍ମୟ ଜନକ ଘଟଣା ହେଲା ଚାରି ଓ ଛଅ  କେନ୍ଦ୍ର ମଝିରେ ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ର ଥିଲେ ମଧ୍ୟ ଏହି କେନ୍ଦ୍ର କୁ କାହିଁକି ବିଦ୍ଯୁତ ସଂଯୋଗ କରାଯାଇନାହିଁ । ଏଠାରେ ବିଦ୍ୟୁତ ବିଭାଗ ର ସମସ୍ତ ନିୟମ ଅନୁଯାଇ ଆବଶକୀୟ କାଗଜ ପତ୍ର ରହିଥିଲେ ମଧ୍ୟ କାହିଁକି  ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରକୁ ବିଦ୍ୟୁତ ସଂଯୋଗରୁ ବଞ୍ଚିତ କରାଯାଇଛି ଓ ଅନ୍ୟ ଦୁଇଟିକୁ ମେନ ସୁଇଚ ଓ ଆର୍ଥିଙ୍ଗ  ନଥାଇ କିପରି ବିଦ୍ୟୁତ ସଂଯୋଗ କରାଗଲା ତାହା ଜଣ ସାଧାରଣ ରେ ଚର୍ଚ୍ଚା ହେଵା ସହ, ତୁରନ୍ତ ଗଂଜାମ ଜିଲ୍ଲା ପାଳ ଘଟଣା ର ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରିବାକୁ ଜନ ସମାଜରେ ଦାବିହେଉଛି। ମୂଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ଏହିପରି ଘଟଣାରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *