ମଣିପୁର ଘଟଣାକୁ ନେଇ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା
ଯୋଗଦେଲେ ଜିଲ୍ଲାର ଶତାଧିକ ମହିଳା ଓ ପୁରୁଷନବରଙ୍ଗପୁର- ମଣିପୁର ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି । ନିର୍ଯ୍ୟାତନା ଦେବା, ଉଲଗ୍ନ କରି ରାସ୍ତାରେ ଚଳାଇବା ଓ ମହିଳାମାନଙ୍କୁ ଯେଉଁପ୍ରକାର ନିର୍ଯ୍ୟାତନା ଦିଆଯାଉଥିବା ଭିଡ଼ିଓ ଭାଇରାଲ ହେଉଛି ଓ ଯେଉଁ ଅହିଂସା ଦୀର୍ଘ ତିନି ମାସ ଚାଲିଛି ଏହାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଶାନ୍ତି ଶୋଭାଯାତ୍ରା କରାଯାଉଛି । ଆଜି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଖ୍ରୀଷ୍ଟିଆନ ଭାଇଭଉଣୀ ମାନେ ମଧ୍ୟ ଏକତ୍ର ହୋଇ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନାରୀ ମାନଙ୍କୁ ରକ୍ଷା କରନ୍ତୁ ,ମଣିପୁରର ମାନବିକତା ବଞ୍ଚାନ୍ତୁ, ମଣିପୁର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।ନବରଙ୍ଗପୁର ଜେଇଏଲ ଚର୍ଚ୍ଚ ଠାରୁ ବାହାରି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ । ନାରୀମାନଙ୍କ ସୁରକ୍ଷା ଦେବା ,ଯେଉଁ ମହିଳା ମାନଙ୍କୁ ନିର୍ଯ୍ୟାତନା ଦିଆଯାଇଛି ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଓ ନିର୍ଯ୍ୟାତନା ଦେଇଥିବା ଲୋକଙ୍କୁ କୋଠର ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜିର ଶୋଭାଯାତ୍ରାରେ ଦାବି କରାଯାଇଛି । ମହିଳା ମାନଙ୍କୁ ଯେଉଁପ୍ରକାର ଅପମାନ କରାଯାଇଛି ତାହା ସମସ୍ତ ମହିଳାଙ୍କୁ ଅପମାନ କରାଯାଇଛି ତାହା ବିରୋଧରେ ସାରା ଦେଶ ନିନ୍ଦା କରିଛି । ମଣିପୁର ଠାରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତ ଜନ ସାଧରଣଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । ମଣିପୁର ରାଜ୍ୟରେ ଦୀର୍ଘ ତିନି ମାସ ଧରି ଅଶାନ୍ତି ଲାଗିରହିଛି ।ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକଙ୍କ ଧନସମ୍ପତି ନଷ୍ଟ ହୋଇଛି ।ଦେଶର ରାଷ୍ଟ୍ରପତି ଙ୍କୁ ଦାବିପତ୍ର ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ଦାବି କରାଯାଇଛି ବୋଲି ନବରଙ୍ଗପୁର ଜେ ଇ ଏଲ ଚର୍ଚ୍ଚ ର ପରିଚାଳକ ରେଭ ଜୁଝେଶ୍ୱର ନାୟକ କହିଥିଲେ । ଦେଶର ରାଷ୍ଟ୍ରପତି ଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏହି ଶୋଭାଯାତ୍ରାରେ ଜାମ୍ବଗୁଡା ପରିଚାଳକ ରେଭ ଅନନ୍ତ ନାଗ ମାନ୍ୟଗଣ୍ୟ ବ୍ୟକ୍ତି ତଥା ପାଳକ ମାନେ ଉପସ୍ଥିତ ଥିଲେ ।