ରାଜ୍ୟ

ପୁଲିସ ଇନ୍ସପେକ୍ଟରଙ୍କୁ ହତ୍ୟା ଘଟଣା, ୨୫ ବର୍ଷ ପରେ ରାୟ
ପୂର୍ବତନ ବିଧାୟକ ସହ ୧୩ ଜଣଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର : ୧୯୯୮ରେ ଗଂଜାମ ଜିଲ୍ଲା ଛତ୍ରପୁରରେ ପୁଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେର ହତ୍ୟା ଘଟଣାରେ ଚୁଡାନ୍ତ ରାୟ ପ୍ରକାଶ। ପୂର୍ବତନ ବିଧାୟକ ଏନ ନାରାୟଣ ରେଡିଙ୍କ ସହ ୧୩ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ। କୋର୍ଟରୁ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି।ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପଖ୍ୟାଘାତ ରୋଗୀ ଅଛନ୍ତି।

Leave a Reply

Your email address will not be published. Required fields are marked *