ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର
ମାଲକାନଗିରି।ତା:
ମାଲକାନଗିରି ପୋଲିସକୁ ବଡ଼ ସଫଳତା ପ୍ରାପ୍ତ ହୋଇଛି। ମାଲକାନଗିରି ପୋଲିସ ଏବଂ ଏସଓଜିର ଯବାନମାନେ ଚଢାଉ କରି ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ଥିବା ମାଓ କ୍ୟାମ୍ପ ଠାବ କରିଛନ୍ତି । ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ନିକଟ କର୍ତ୍ତନପାଲ୍ଲୀ ଗ୍ରାମ ପଞ୍ଚାୟତର କିରିମିଟି ଓ କଟୁଆ ପଦର ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଂ ଅପରେସନ କରିଥିଲା । ସେହି ସ୍ଥାନରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି ।
ଏହି ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏୟାର ପିସ୍ତଲ , ଛଅଗୋଟି ବାରେଲ ଗ୍ରେନେଡ୍ ଲଞ୍ଚର ସେଲ୍, ୫୦ଟି ଅଫୁଟା ଗୁଳି, ୧୫ ଗୋଟି ଟିଫିନ୍ ବୋମା, ଗୋଟିଏ ଏସ.ଏଲ୍.ଆର୍. ରାଇଫଲ୍, ତିନୋଟି କଣ୍ଟ୍ରିମେଡ୍ ଗନ୍, ୧୪ଟି ଡିଟୋନେଟର, ୧୦ଟି ଜିଲଟିନ୍ ଷ୍ଟିକ୍, ଗୋଟିଏ ବଡ ଧରଣର ଗ୍ୟାସ ସିଲିଣ୍ଡର, ଛୁରି, କ୍ୟାମେରା ଫ୍ଲାସ୍, ୯ଟି ବ୍ୟାଟେରି, ୧୦ଟି କିପ୍ୟାଡ୍ ମୋବାଇଲ ଫୋନ୍, ଖାତା, ମଶାରୀ, ସୂତା, କ୍ରୀଡା ବୁଟ୍, ମାଓ ପୋଷାକ, ପେନ୍, ଷ୍ଟିଲ ସ୍କେଲ, ମଗ୍, ପ୍ଲାଷ୍ଟିକ ବାକ୍ସ, ଔଷଧ, ନଡିଆ ତେଲ ମାଓ ପୁସ୍ତକ ସହ ଅନ୍ୟ କିଛି ସାମଗ୍ରୀ ଜବତ କରାଯାଇଛି ।
ଏହି ସାମଗ୍ରୀ ଗୁଡିକ ଜବାନ ମାନଙ୍କୁ ଆକ୍ରମଣ ଉଦ୍ଦେଶ୍ୟରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ତରଫରୁ ରଖା ଯାଇଥିବା ଉପସ୍ଥିତ ପୋଲିସ ପଦାଧିକାରୀମାନେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ ଅପରେସନ ଅମିତାଭ ଠାକୁର, ଡିଆଇଜି ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରୁଧ ସିଂ, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତ ରହିଥିଲେ।