ରାଜ୍ୟ

ସୀମାରାଣୀଙ୍କ ସୀମା ଅସୀମ ରାଜନୈତିକ ଦୌଡ଼ରେଛୁଇଁବା ଦୁରୂହବ୍ୟାପାର 

ହିନ୍ଦୋଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ବର୍ଗ ପାଇଁ ସରାଂକ୍ଷିତ ରହିଛି, ହିନ୍ଦୋଳ ବ୍ଲକ ଏ ସମସ୍ତ ୩୫ ଟି ପଞ୍ଚାୟତ, ଓଡାପଡା ବ୍ଲକ ର ୨୮ ଗ୍ରାମପଂଚାୟତ ଓ ହିନ୍ଦୋଳ ଏନଏସି ର ୧୬ ଟି ୱାର୍ଡ କୁ ନେଇ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପରିସୀମା, ୨୦୦୦ମସିହା ଠାରୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ଅଭେଦ୍ୟ ଦୁର୍ଗ ପାଲଟି ଯାଇଛି ଯାହାର ପ୍ରମାଣ  ଚଳିତମାସ  12/7/2023ରେ 5 ଟି ସଚିବ ଭିକେ ପାଣ୍ଡିଆନ ହିନ୍ଦୋଳ ଉପଖଣ୍ଡ ବହୁବର ପଡିଆରେ ଏକ ଜନଶୁଣାଣୀରେ ଯୋଗଦେଇଥିବାବେଳେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କୁ ବିପୁଳସମର୍ଥନ କରି  ଉପଖଣ୍ଡର ପ୍ରାୟ ତିରିଶ ହଜାର ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ, ବହୁବର ପଡିଆ ଜନସମୁଦ୍ର ପାଲଟିଯାଇଥିବା ବେଳେ ଉପଖଣ୍ଡ ର ଜନପ୍ରିୟ ବିଧାୟିକା ସୀମାରାଣୀ ନାୟକଙ୍କ ପ୍ରତି ଦିନକୁଦିନ ଜନସମର୍ଥନ ବଢ଼ିଚାଲିଥିବା ପ୍ରମାଣିତ ହୁଏ!ଏହି ଜନସମୁଦ୍ର ଦେଖି ବିଧାୟିକାଙ୍କ କିଛି ବିରୋଧୀ ଛାନିଆଁ ହୋଇପଡିଥିବା ଦେଖିବାକୁ ମିଳିଛି!ଚଳିତ ୨୦୨୨ପଞ୍ଚାୟତ ନିର୍ବାଚନରେ ହିନ୍ଦୋଳନିର୍ବାଚନ ମଣ୍ଡଳୀର ୭ ଟି ଯାକ ଜିଲ୍ଲାପରିଷଦ ଜୋନରେ ବିପୁଳଭୋଟରେ କ୍ଲିନସୁଇପକରି ସବୁଆସନ ପୋଛିନେଇଥିଲା ବିଜେଡି ଏବଂ ହିନ୍ଦୋଳ ଓ ଓଡାପଡା ବ୍ଲକର ଅଧକ୍ଷ ପଦ ମଧ୍ୟ ବିଜେଡି ଦଖଲରେ ରହିଛି!ଏଇନିକଟରେ ସଦ୍ୟଅନୁଷ୍ଠିତ ହୋଇଥିବା ହିନ୍ଦୋଳ ଏନଏସି ନିର୍ବାଚନରେ ବି ଅଧକ୍ଷ ପଦ ବିଜେଡି ହାତକୁ ଯିବା ସହ ବିଜେଡି ୧୬ଟି ୱାର୍ଡ ରୁ ୧୧ ଟି ୱାର୍ଡ ଦଖଲ କରିଛି!ପ୍ରତ୍ୟକ୍ଷ ହେଉବା ପରୋକ୍ଷ ହେଉ ପଞ୍ଚାୟତ ନିର୍ବାଚନ ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ଆଶାତୀତ  ସଫଳତା ସୀମାରାଣୀ ଙ୍କ ସପକ୍ଷରେ ଯାଉଛି!ଶାସକ ବିଜେଡି ଦଳରୁ କିଛି ପ୍ରଭାହହୀନ ଆଶାୟୀ ମୁଣ୍ଡ ଟେକୁଥିଲେ ମଧ୍ୟ ସୀମାରାଣୀ ନାୟକଙ୍କ ସୀମା ସରହଦ ପାରକରି  ଦଳୀୟ ହାଇକମାଣ୍ଡ ନିକଟରେ ପହଞ୍ଚିବା ଦୁରୂହ ବ୍ୟାପାର ବୋଲି ସର୍ବସାଧାରଣରେ ଆଲୋଚନା ହେଉଅଛି!ଆହୁରି ମଧ୍ୟ ଆଲୋଚନା ହୁଏ ଏହିଭଳି କିଛି ପ୍ରଭାବହୀନ ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ନିର୍ବାଚନ ନିକଟତର ହେଲେ ହଟାତ ଧୁମକେତୁ ସଦୃଶ ରାଜନୈତିକ ଦୃଶ୍ୟପଟକୁ ଚାଲିଆସି ଆସି  ପ୍ରଭାବହୀନ ଚେଷ୍ଟା କରି ଟିକେଟ ନପାଇ ନିର୍ବାଚନ ସରିଗଲେ ପୁଣି ଧୁମକେତୁ ଭଳି ରାଜନୈତିକ ଆକାଶରେ ମିଳେଇ ଯାଇଥାନ୍ତି ଏବଂ ଜନସାଧାରଣ ସେଥିପାଇଁ ସେମାନଙ୍କୁ  କେବେବି ବିଶ୍ୱାସ ଭରସାକୁ ନେଇପାରନ୍ତି ନାହିଁ ଏଣୁ ସୀମାରାଣୀ ନାୟକ ହିଁ ଏକମାତ୍ର ଭରସାଯୋଗ୍ୟ ବ୍ୟକ୍ତିତ୍ୱ ବୋଲି ରାଜ୍ୟ, ଢେଙ୍କାନାଳଜିଲ୍ଲା ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ରାଜନୈତିକ ବିଶେଷଜ୍ଞ ବୁଦ୍ଧିଜୀବୀ ଓ ସାଧାରଣ ଜନତା ମତବ୍ୟକ୍ତ ସହ ଆଲୋଚନାକରି  ଏବେଠାରୁ ରାଜନୈତିକ ପାଣିପାଗକୁ ଉଷ୍ମତା କରିଦେଇଛନ୍ତି!୨୦୧୪ ରେ ନିର୍ବାଚନରେ ବିଜେଡି ଟିକେଟରେ ସୀମାରାଣୀ ନାୟକ ପ୍ରଥମଥର ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନିଜର ଲୋକପ୍ରିୟତା ପାଇଁ ସର୍ବାଧିକ ୮୪ ହଜାର ୩୫୧ଖଣ୍ଡ ଭୋଟ ପାଇଥିଲେ,ବିଜେପି ପ୍ରାର୍ଥୀ ସ୍ବର୍ଗତ ଲଷ୍ମୀଧର ବେହେରା ୩୩ ହଜାର ୮୫୨ ଖଣ୍ଡ ଭୋଟ ପାଇ ଯଥାକ୍ରମେ ଦ୍ବିତୀୟସ୍ଥାନରେ ଥିଲେ, କଂଗ୍ରେସ ପ୍ରାର୍ଥୀ ନମିତା ନାୟକ ୩୦ ହଜାର ୯୭୮ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସ୍ୱାଧୀନ ଭାବେ ପ୍ରତିଦୋନ୍ଦିତା କରି ମାତ୍ର ୧୨ହଜାର ୩୦୪ଖଣ୍ଡ ଭୋଟ ପାଇଥିଲେ!ସେହି ନିର୍ବାଚନରେ ସୀମାରାଣୀ ୫୩ ହଜାର ୩୨୯ ଭୋଟ ଅଧିକ ପାଇ ନିର୍ବାଚନ ରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିଲେ ୨୦୧୯  ସାଧାରଣ ନିର୍ବାଚନରେ ଆଉ ଥରେ ସୀମାରାଣୀଙ୍କୁ ଭରସାକରି ଟିକେଟ ଦେଇଥିଲା ବିଜେଡି ଏବଂ 93980ଭୋଟ ପାଇ ସେହି ନିର୍ବାଚନରେ୧୮୯୦୫ ଭୋଟ ବ୍ୟବଧାନରେ ସୀମାରାଣୀ ବିଜୟୀ ହୋଇଥିଲେ  ଏବଂ ପୂର୍ବଥର ଅପେକ୍ଷା ସୀମାରାଣୀଙ୍କ 9629ଅଧିକ ଭୋଟ ବୃଦ୍ଧି ହୋଇଥିଲା!ମାତ୍ର ସମସ୍ତ ପ୍ରତିଦ୍ବନ୍ଦିତା/ପ୍ରତିଦ୍ବନ୍ଦୀ, ବିରୋଧୀଙ୍କ ଗୋଟିଚାଳନା ମାତଦେଇ ହିନ୍ଦୋଳର ପ୍ରିୟନେତ୍ରୀ ବିଧାୟିକା ଶ୍ରୀମତୀ ସୀମାରାଣୀ ସବୁକୁ ପଛରେ ପକାଇ ତୃତୀୟ ଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ହ୍ୟାଟ୍ରିକ ମାରିବାକୁ ଦୃଢ ଆଶାବାଦୀ ରହିଥିବା ବେଳେ ଏଥର ତୃତୀୟ ଥର ବିଧାୟିକା ହୋଇ ମନ୍ତ୍ରୀପଦ ହାସଲ କରିବେ ବୋଲି ହିନ୍ଦୋଳ ନିର୍ବାଚନମଣ୍ଡଳୀ ଜନସାଧାରଣ ଓ ତାଙ୍କ ସମର୍ଥକମାନେ ଆଶାବାଦୀ ଥିବା ଦେଖିବାକୁ ମିଳିଛି!ଏହିସବୁ ଆଲୋଚନା ପର୍ଯ୍ୟାଲୋଚନା, ମତାମତ ଓ ରାଜନୈତିକ ବିଶ୍ଳେଷଣରୁ ସ୍ପଷ୍ଟ ଜଣାପଡୁଛି ଜେ ସୀମାରାଣୀ ନାୟକ ହିଁ ଏକମାତ୍ର ଅପ୍ରତିଦ୍ବନ୍ଦି ଜନପ୍ରିୟ ନେତ୍ରୀ ବାରିହୋଇପଡୁଛନ୍ତି!ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ମୋଟାମୋଟୀ କହିବାକୁ ଗଲେ ବିଜେଡି ଦଳର ପଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଭାରି ରହିଥିବା ଦେଖିବାକୁ ମିଳୁଛି!

Leave a Reply

Your email address will not be published. Required fields are marked *