ଆଦିବାସୀଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବନ୍ଦ କର l
ନୂଆପଡ଼ା(ବିରବଲ ପ୍ରଧାନ )ମଣିପୁରରେ ଦୁଇ କୁକି ଆଦିବାସୀ ଝିଅଙ୍କୁ ଶାରୀରିକ ନିର୍ଯାତନା ଦେଇ ଉଲଗ୍ଣ କରି ରାଜ ରାସ୍ତାରେ ଚଳାଇବା, ଉତ୍ତରପ୍ରଦେଶରେ ପରିଶ୍ରା
କରିଥିବା ଦୋଷୀ ଉପରେ ଶୀଘ୍ର ଢୃଡ କାର୍ଯ୍ୟନୁଷ୍ଠାନ ଗ୍ରହଣ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ୟୁସିସିକୁ ରାଜଗୌଡ଼
ସାଂସ୍କୃତିକ ସମାଜ ଓ ଗୌଡ଼ୱlନା ଛତ୍ରଛାତ୍ରୀ ସଙ୍ଘ ନୂଆପଡା ପକ୍ଷରୁ ଦୃଡ଼ ନିନ୍ଦା କରାଯାଇଛି l ଏହାର ପ୍ରତିବାଦରେ ଜିଏସୟୁ ସଭାପତ ହରିଶ୍ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ପଡ଼ିଆଠାରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜ଼ିଲ୍ଲାପାଳ ଅଗସ୍ତି ପ୍ରଧାନଙଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ମଣିପୁର ଘଟଣାକୁ 2 ମାସରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ଯାଇ ଓ ଥିବାରୁ ଆଦିବାସୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଘଟଣା ବିଷୟରେ ଥାନାରେ ଏତଲା ଦେଲା ପରେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା ଦୋଷୀ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ଏକ କ୍ଷୋଭର ବିଷୟ ବୋଲି l ଦୁଇ କୁକୀ ଆଦିବାସୀଙ୍କ ଶାରୀରିକ ନିର୍ଯ୍ୟାତନା ଦେଇ ଉଲଗ୍ଣ କରି ରାଜରାସ୍ତାରେ ଚଳାଇ ଅଣଆଦିବାସୀଙ୍କ ଦ୍ୱାରା ହତ୍ୟା କରାଜିଥିଲା l ଉତ୍ତରପ୍ରଦେଶ ଏକ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବା ଘଟଣାକୁ ଆଦିବାସୀମାନକୁ ଶକ୍ତ ଆଘାତ ଲାଗିଛି l ଆଦିବାସୀ ମାନଙ୍କ ଉପରେ ଅମାନୁସାଙ୍ଗିକ ଅତ୍ୟାଚାର କରାଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବା ଏକ ଲଜ୍ୟା ଜନକ ଅଟେ l କେନ୍ଦ୍ର ସରକାରଙ୍କ ପାରଗତା ଓ ଆଦିବାସୀ ବିରୋଧୀ ହୋଇଥିବା ଯୋଗୁଁ ଆଦିବାସୀମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବଡ଼ି ଚାଲିଛି ବୋଲି କୁହାଜାଇଛି l କେନ୍ଦ୍ର ସରକାରଙ୍କ ଦ୍ୱlରା ପ୍ରସ୍ଥlବିତ କାର୍ଯ୍ୟକାରୀ ହେଉଥିବା ୟୁସିସିକୁ ଆଦିବାସୀମାନେ ତୀବ୍ର ବିରୋଧ କରିଛନ୍ତି l ପ୍ରତେକ ଜାତିର ଅନେକ ଭାଷାଭାଷୀ ଲୋକ ଅଛନ୍ତି l ଦେଶର ଧର୍ମ ସମ୍ପ୍ରଦାୟ ସାମଜିକ ବିବାହ, ଛାଡ଼ପତ୍ର, ଉପାସନା, ପୌଷ୍ୟ ସନ୍ତାନ, ସମ୍ପତି ମାଲିକାନା, ଶିକ୍ଷ୍ୟା ଓ ନିଯୁକ୍ତି କ୍ଷେତ୍ରରେ ଏକ ଆଇନ ଅନୁଯାଇ ସମାନ ହେବା ଆଦୀବାସିଙ୍କପାଇଁ ପ୍ରଯୁର୍ଯ୍ୟ ନୁହେଁ l ୟୁସିସିକୁ ରଦ୍ଧ କରାଯାଉ ଯାହା ଦ୍ୱାରା ଆଦିବାସୀ ଐତିହ, ସଂକୃତି, ରାଜନୀତି ପରମ୍ପରା, ପୂଜା ପଦ୍ଧତି ଇତ୍ୟାଦି ମମସ୍ଥ ଅଦୃଶ୍ୟ ହୋଇଯିବ l ପିସଦଇତାଙ୍କ ନାଁ ପ୍ରାଦନ କରିବା ସହ ସମଗ୍ର ଭାରତର ଆଦିବାସୀଙ୍କୁ ସମ୍ପ୍ରଦାୟଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି l