ରାଜ୍ୟ

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

ରାୟଗଡ:-ତା.2/08 – ରାୟଗଡ ଜିଲ୍ଲାର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଶ୍ରୀମତି ସ୍ଵଧା ଦେବ ସିଂଙ୍କ ଅଧକ୍ଷତlରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ବିଦାୟୀ ଅତିରକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ, ରାୟଗଡ ଭୀମସେନ ଶବର, ପ୍ରକଳ୍ପ ପ୍ରଶାସକ, ଆଇଟି ଡିଏ ପ୍ରମୁଖ ଯୋଗଦାନ କରିଥିଲେ l ବିଦlୟୀ ଅରିତିକ୍ତ ଜିଲ୍ଲାପାଳଙ୍କ ପଦନ୍ୱତୀ ପାଇଛନ୍ତି l ସେମାନଙ୍କ ମଧ୍ୟରୁ ସୋମନାଥ ପ୍ରଧାନଙ୍କ କୋରପୁଟ ଅତିରକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ଧର୍ମାନନ୍ଦ ବେହେରାଙ୍କ ନବରଙ୍ଗପୁର ଜିଲ୍ଲାକୁ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଯାଇଛି l ଦୁଇଜଣ ପାଖାପାଖି ଦୀର୍ଘ ଦୁଇବର୍ଷ କାର୍ଯ୍ୟ କାଳରେ ସେମାନଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପାଇଁ ରାୟଗଡରେ ଜନ ଆଦୃତ ଲାଭ କରିପାରଥିଲେ ଓ ସବୁଦିନ ପାଇଁ ମନେ ରହିବେ ବୋଲି ଅଧିକାଂଶ ବକ୍ତା ମାତାବ୍ୟକ୍ତ କରିଥିଲେ l ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାସ୍ଥରୀୟ ଅଧିକାରୀ, ତାହସିଲଦାର,ବିଡ଼ିଓ, ଓଡିଶା ପ୍ରଶାସକ ଅଧିକାରୀ ସଙ୍ଘ ତରଫରୁ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ଅନୁଷ୍ଠିତ ହେବ l

Leave a Reply

Your email address will not be published. Required fields are marked *