ରାଜ୍ୟ

ଅତିରିକ୍ତ ଜିଲ୍ଲାପାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l

ନବରଙ୍ଗପୁର: ଦାୟିତ୍ୱ ହେଉଛି ଏକ ଆହ୍ୱାନ l ଖେଳୁଆଡ ମନୋଭାବ ନେଇ ଏହାର ସମ୍ମୁଖୀନ ହେବା ହେଉଛି ଏକ ଦାୟିତ୍ୱବାନ ଅଧିକାରୀଙ୍କ କର୍ତ୍ତବ୍ୟ l ସେଭଳି ଏକ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ l ନବରଙ୍ଗପୁର ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ବିଦାୟୀ ଅତିରିକ୍ତ ଜିଲ୍ଲାପାଳଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ମତପୋଷଣ କରିଥିଲେ l ଏହି ସଭାରେ ବିଦାୟୀ ଅଧିକାରୀ ଭାସ୍କର ରଇତଙ୍କ ସମେତ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଡେପୁଟି କଲେକ୍ଟର ନିର୍ମଳ କୁମାର ନାୟକ ତଥା ରାଜସ୍ବ ଅମଲା ସଙ୍ଘ ର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ମଂଚାସୀନ ଥିଲେ l ଯେକୌଣସି କାର୍ଯ୍ୟ କରିବା ପାଇଁ ଦୃଢ଼ ଇଛା ଶକ୍ତି ଥିଲେ ମଣିଷ କୁ ସଫଳତାର ରାସ୍ତା ଆପେ ଆପେ ଦେଖାଯାଏ ବୋଲି ଶ୍ରୀ ବାଲାଜୀ ମତ ପ୍ରକାଶ କରିଥିଲେ l ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ବିଜୟ କୁମାର ସାହୁ, ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ନିଜର ବକ୍ତବ୍ୟରେ ଶ୍ରୀ ରଇତଙ୍କ ପ୍ରଶାସନିକ ଦକ୍ଷତା ଏବଂ ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ସଭାର ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ସୁବ୍ରତ ବେହେରା, ପି ମନସ୍ମିତା , ସ୍ନିଗ୍ଧା ରାଣୀ ପଳେଇ, ବିନୋଦ କୁମାର ନାୟକ, ସଞ୍ଜୟ କୁମାର ବାନାର୍ଜୀ, ବିନାୟକ ଖାଡଙ୍ଗା ,ଅରୁଣ କୁମାର ବେହେରା, ରାମଚନ୍ଦ୍ର ରଘୁ ମଣ୍ଡଳ, ସୀତାରାମ ବେହେରା, ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *