ଲଗାଣ ବର୍ଷା ପାଇଁ ଅନୁଗୁଳ ସହର ବେହାଲ୍
ଅନୁଗୁଳ:
ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ କାଲି ଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଛି। ଜିଲ୍ଳାର ସଦର ମହକୁମା ମଧ୍ୟ ବାଦ୍ ପଡ଼ିନି। ଯାହା ଫଳରେ ଅନୁଗୁଳ ସହରର ବେହାଲ୍ ହୋଇ ପଡିଛି। ସେହିପରି ୫୫ ନମ୍ବର ଜାତୀୟ ରାଜ ପଥ କାଣ୍ଡସର ପେଟ୍ରୋଲ ପମ୍ପ, ତୁରଙ୍ଗ ଛକ ଠାରେ ରାସ୍ତା ଉପରେ ଦୁଇ ଫୁଟ୍ ର ପାଣି ଯାଉଥିବାରୁ ଯାତାୟତ ବାଧା ପ୍ରାପ୍ତ ହୋଇଛି। ଏହି ଲଗାଣ ବର୍ଷା ପାଇଁ ବହୁ ଘର ମାନଙ୍କରେ ବର୍ଷା ଜଳ ପଶି ଯିବାରୁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଗୋଦାମ ଘରେ ପାଣି ପଶି ଯିବାରୁ ଧନ ସମ୍ପତ୍ତି ନଷ୍ଟ ହୋଇଛି। ଯାହା ଫଳରେ ଚିନ୍ତାରେ ବ୍ୟବସାୟୀ ।