ପ୍ରଧାନମନ୍ତ୍ରୀ ଆବାସ ରେ ଅନିୟମିତତା
ଜାନୁୟାରୀ 31 ତାଳଚେର ବ୍ଲକ ଘେରାଉ କରିବ ବିଜେପି
ତାଳଚେର :ତା 29/01:ତାଳଚେର ଡେରା ଠାରେ ବିଜେପି ର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପରିବାର ମୁଣ୍ଡ ଉପରେ ଛାତ ଘର ପାଇଁ ମିଶନ ମୋଡ଼ ରେ 2022 ସୁଦ୍ଧା ଶେଷ କରିବାକୁ ନେଇ ପ୍ରଚୁର ଅର୍ଥ ପ୍ରଦାନ କରିଛନ୍ତି |ଓଡିଶା ରେ ରାଜ୍ୟ ସରକାର 25 ଲକ୍ଷ ଆବାସ ଦରକାର ବୋଲି ପ୍ରକାଶ କରିଥିଲେ, ମୋଦୀ ସରକାର 18ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦେଇଥିବା ବେଳେ ଏବେ ନଅ ଲକ୍ଷ 59 ହଜାର ଘର ଅର୍ଥାତ ପାଖାପାଖି 28ଲକ୍ଷ ଆବାସ ଦେଇଛନ୍ତି, କିନ୍ତୁ ରାଜ୍ୟରେ ପ୍ରକୃତ ହିତାଧିକାରୀ ଅଦ୍ୟାବଧି ଘର କାହିଁକି ପାଇନାହାନ୍ତି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି |ସେହିଭଳି ତାଳଚେର ବ୍ଲକ ରେ 2000ରୁ ଉର୍ଦ୍ଧ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଦରଖାସ୍ତ କରିଥିବା ବେଳେ ମାତ୍ର 351ଜଣ ଙ୍କୁ ଘର ଦିଆଯିବା ପାଇଁ ନୋଟିସ ବାହାରିଛି, ପୁଣି ରାଜ୍ୟ ବିଜେଡି ସରକାର ପ୍ରକୃତ ହିତାଧିକାରୀ ଚୟନ ନ କରି ଗାଁ ଗାଁ ରେ ମାଡ଼ ଲଗାଇ ବିଶୃଙ୍ଖଳା ଓ ଅଶାନ୍ତି ର ବାତାବରଣ ସୃଷ୍ଟି କରିଛନ୍ତି |ଏହାକୁ ନେଇ ବିଜେପି ଗତ 25ତାରିଖ ରେ ବିଡ଼ିଓ ଙ୍କୁ ନୋଟିସ ଦେଇଥିଲା |ଆଗାମୀ 31ଜାନୁୟାରୀ ରେ ବିଜେପି ତାଳଚେର ବ୍ଲକ ଘେରାଉ କରିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି |ଆଜିର ବୈଠକ ରେ ପ୍ରଭାରୀ ସୁଦିପ ଗଡ଼ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, କାଳନ୍ଦି ପ୍ରଧାନ,ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ପ୍ରଭାରୀ ଯୋଗ ଦେଇଥିଲେ |