*ନନ୍ଦଘର ପ୍ରକଳ୍ପ କେନ୍ଦ୍ରରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ*
ଗଂଜାମ,୦୧/୦୮:ବେଦାନ୍ତ ନନ୍ଦଘର ପକ୍ଷରୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଇଅଛି ।ବେଦାନ୍ତ ଗ୍ରୁପର ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ସାମାଜିକ ପଦକ୍ଷେପ ଅନୁଯାୟୀ ଗଂଜାମ ଜିଲ୍ଲାର ଛତ୍ରପୁର, ଗଂଜାମ,ଖଲ୍ଲିକୋଟ ବ୍ଲକରେ ମୋଟ ୨୫ ଟି ନନ୍ଦଘର(ଅଙ୍ଗନବାଡି କେନ୍ଦ୍ର) ପରିଚାଳିତ ହେଉଅଛି ।ଏହାକୁ ଆମେରିକୀୟ ଇଣ୍ଡିଆନ ଫାଉଣ୍ଡେସନ ପରିଚାଳନା କରୁଅଛି ।ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସଟିକୁ ଗଂଜାମ ବ୍ଲକର କାଇଞ୍ଚପୁର ଓ ପଣିବନ୍ଧ ଅଙ୍ଗନବାଡି କେନ୍ଦରେ ଅନୁଷ୍ଠିତ କରାଯାଇଛି ।ପ୍ରଥମେ ଏକ ସଚେତନତା ରାଲି ବାହାର କରି ଗ୍ରାମ ପରିଭ୍ରମଣ କରାଯାଇଥିଲା ପରେ ଅଙ୍ଗନବାଡି କେନ୍ଦରେ ଅଭିଭାଭକ,ଉପଭୋକ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା ।ଏଥିରେ ଗଂଜାମ ନନ୍ଦଘର ମୁଖ୍ୟ ଶିବାନନ୍ଦ ପଲାଇ ଯୋଗ ଦେଇ ବାଘର ସରଂକ୍ଷଣ ସହ ଜୀବଜନ୍ତୁଙ୍କ ପରିବେଶ ପ୍ରତି ଅନେକ ଅବଦାନ ରହିଛି ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।ଏଥିରେ କ୍ଲଷ୍ଟର ସଂଯୋଜଙ୍କ ରାକେଶ କୁମାର ତରାଇ,ଅଙ୍ଗନବାଡି କର୍ମୀ ବାସନ୍ତୀ ରେଡ଼ି, ଆଶାଲତା ବେହେରା,ଜୟନ୍ତୀ ବେହେରା,ସହାୟିକା ସବିତା ରେଡି ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ ।ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ।କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।