ପ୍ରଥମ ଟି-୨୦ : ଭାରତ ଆଗରେ ୧୫୦ ରନର ଲକ୍ଷ୍ୟ ରଖିଲା ଓ୍ବେଷ୍ଟଇଣ୍ଡିଜ୍
ତ୍ରିନିଦାଦ : ତ୍ରିନିଦାଦର ବ୍ରାୟାନ ଲାରା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୧୪୯ ରନ କରିଛି । ଏହା ଫଳରେ ଭାରତ ଆଗରେ ବିଜୟ ପାଇଁ ୧୫୦ ରନର ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଏକ ଭଲ ଆରମ୍ଭ କରିଥିଲେ ବି ପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୫୮ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲ ଏକ ଭଲ ଭାଗିଦାରି କରି ସ୍କୋରକୁ ଆଗେଇ ନେଇଥିଲେ । ପୁରନ ୪୧ରନ ଓ ପାଓ୍ବେଲ ୪୮ରନ କରିଥିଲେ । ତେବେ ଏହି ଦୁଇ ଓ୍ବିକେଟର ପତନ ପରେ ଦଳୀୟ ରନଗତି ପୁଣି ଧୀମେଇ ଯାଇଥିଲା । ତେବେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୪୯ ରନ କରିଥିଲା ।
ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ଯୁଜବେନ୍ଦ୍ର ଚହଳ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ କୂଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ