ରାଜ୍ୟ

କୁକୁଡାଖଣ୍ଡି ଠାରେ ନୂତନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ 

 କୁକୁଡାଖଣ୍ଡି (ଇପିଲି ପୁର୍ଣ୍ଣଚନ୍ଦ୍ର)କୁକୁଡାଖଣ୍ଡି ଠାରେ ନୂତନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଠାରେ ଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଟି ଗ୍ରାମ ଭିତରେ ଥିବାରୁ ଅଞ୍ଚଳ ବାସୀଙ୍କ ଅସୁବିଧା ହେଉଥିବା ହେତୁ ରାସ୍ତାରେ ଏକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୯ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏହି ପ୍ରକ୍ରିୟା ଚାଲିବା ଫଳରେ ଆଜି ତହସିଲ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଏକ ସରକାରୀ ଜମୀ (୭୭×୭୭) ମିଟର ଜମିରେ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଛି । ସୂଚନା ଥାଉ କି ନୂତନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ ନେଇ ବହୁ ବର୍ଷ ହେଲା ଦାବୀ ହୋଇ ଆସୁଥିଲା। ଏହାକୁ ଦୃଷ୍ଟରେ ରଖି ବ୍ଲକ ଅଧ୍ୟକ୍ଷ କମାକ୍ଷୀ ପ୍ରସାଦ ପାତ୍ର ସି.ଡି.ଏମ.ଓ ଓ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉକ୍ତ ଦାବୀଟିକୁ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଜରୁରୀ ଥିବା ଦର୍ଶାଇ ୯ କୋଟି ୯୪ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରୁ ସ୍ଥାପିତ୍ୟ ଇଂ. ସନ୍ତୋଷୀ ପ୍ରଧାନ ଓ ଇଂ. ରୋଷନ୍ ଦାସ ଆଜି ଆସି ଜମିର ନକ୍ସା ପ୍ରସ୍ତୁତ କରିଛନ୍ତି। ପରିଦର୍ଶନ ବେଳେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ବ୍ଲକ ଅଧ୍ୟକ୍ଷ କମାକ୍ଷୀ ପ୍ରସାଦ ପାତ୍ର, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ଚୌଧୁରୀ, ନିବେଦିତା ମିଶ୍ର, ବାଳକୃଷ୍ଣ ପଟ୍ଟନାୟକଙ୍କ ସମେତ କୁକୁଡ଼ାଖଣ୍ଡି ଆର.ଆଇ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *