ରାଜ୍ୟ

ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ; ୧୩ ଯାତ୍ରୀ ପୋତି ହୋଇପଡ଼ିଥିବା ଆଶଙ୍କା

ଡେରାଡୁନ୍‌: ଗୁରୁବାର ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ ପ୍ରାୟ ୧୩ଜଣ ଯାତ୍ରୀ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଗତରାତିରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଆସିଥିବା ଆକସ୍ମିକ ବନ୍ୟା କାରଣରୁ ଭୂସ୍ଖଳନ ଘଟିବା ସହିତ ଗୌରୀକୁଣ୍ଡ ନିକଟରେ ୩ଟି ଦୋକାନ ନଷ୍ଟ ହୋଇଯାଇଛି ଓ ଆଉ କେତୋଟି ଦୋକାନ ଭାସି ଯାଇଛି।

ଘଟଣାସ୍ଥଳରେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ (ଏନ୍‌ଡିଆର୍‌ଏଫ୍‌) ଏବଂ ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଚଳାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *