ପିଇଓ ସଙ୍ଘର ପ୍ରତିବାଦ ନେଇ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ପଟାଙ୍ଗି:କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ର ୧୭ ଗୋଟି ପଞ୍ଚୟତର ପଂଚାୟତର ନିର୍ବାହୀ ଅଧିକାରୀ ସଂଘର ସଭାପତି କେ. କେଶବଙ୍କ ନେତୃତ୍ବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସବ୍ୟସାଚି ବେହେରାଙ୍କୁ ଏକ ଦାବିପତ୍ର ଦେଇଛନ୍ତି, ଏବଂ ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଙ୍ଘ ଭୁବନେଶ୍ୱର ଆହ୍ୱାନ କ୍ରମେ ଦୁଇଟି ପ୍ରମୁଖ ଦାବି ନେଇ ରାଜ୍ୟ ର ସମସ୍ତ ପିଇଓ ଚଳିତ ମାସ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧ୍ୟାନ କରି ପ୍ରତିବାଦର ସ୍ୱର ଜଣାଇବେ, ଯଦି ଏହା ସତ୍ୱେ କୌଣସି ଦାବି ପୂରଣ କୋରା ନ ଯାଏ। ତେବେ ୧୮ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଁ ଯାଇଛି, ଯୁକ୍ତ ଦୁଇ ସ୍ନାତକ ହାସଲ କରିଥିବା ଶିକ୍ଷା ଗତ ଯୋଗ୍ୟତା ଭିତ୍ତିରେ ପିଇଓ ଙ୍କ ପଦୋନ୍ନତି ପେ- ଲେବୁଲ ୫ ରୁ ୯ କୁ ବୃଦ୍ଧି କରିବା ପାଇଁ ଦାବୀ କରାଯାଇଛି, ଆଜି ପର୍ଯ୍ୟନ୍ତ ଏକ୍ସଟେନସନ ପଦବୀ ଖାଲି ପଡ଼ିଛି, ସରକାରଙ୍କ ପ୍ରାବିଧାନ ଅନୁଯାଇ ୫୦ ପ୍ରତି ଶତ ପିଇଓ ମାନଙ୍କୁ ଜିପିଡ଼ିଓ ଙ୍କୁ ପଦୋନ୍ନତି କରାଯିବା କଥା, କିନ୍ତୁ ବୋହୁ ବର୍ଷ ଧରି ଦାବି କରି ଆସୁଥିଲେ ସୁଦ୍ଧା ପଦୋନ୍ନତି ମିଳିପାରୁ ନାହିଁ, ପ୍ରାୟ ୪୦ ବର୍ଷ ଧରି କାର୍ଯ୍ୟ କରୁଥିବା ପିଇଓ ଙ୍କୁ ପଦୋନ୍ନତି ନଥିବାରୁ ପିଇଓ ଭାବେ ହିଁ ଅବସର ଗ୍ରହଣ କରୁଛନ୍ତି, ଏ ନେଇ ସେମିଳିଗୁଡା ବ୍ଲକରେ ଜିପିଓ ଭାବେ କାର୍ଯ୍ୟ ରଥ ପିଇଓ କେ କେଶବଙ୍କ ନେତୃତ୍ବରେ ପିଇଓ ମାନେ ବିଡ଼ିଓ ଙ୍କୁ ,ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି, ଏଥିରେ ସମ୍ପାଦକ ସମ୍ରା ଖରା, ଦେବେନ୍ଦ୍ର କୁମାର ମାଝୀ, ମୋହନ ଖରା, ଅଭିମନ୍ୟୁ ଖରା, ଧୂଶାସନ ନାୟକ, ଏମ ଗୌରୀ ଶଙ୍କର ରାଓ, ଆରତୀ କୂଳଦୀପ, ପ୍ରମୁଖ ଦାବିପତ୍ର ଦେବା ବେଳେ ଉପସ୍ଥିତ ଥିଲେ।