ଜୟବାହାଲ ମୀରାବାଇ ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ବାରା ବୃକ୍ଷ ରୋପଣ ଅନୁଷ୍ଠିତ
ନୂଆପଡ଼ା:(ବିରବଲ ପ୍ରଧାନ)ଦିନକୁ ଦିନ ତାପମାତ୍ରା ର ବୃଦ୍ଧି ହେବା ଫଳରେ ଜୀବଜଗତର ଅନେକ କ୍ଷୟକ୍ଷତି ହେଉଥିବା ବେଳେ,ଏହାକୁ ଅନୁଧ୍ୟାନ କରି ସୁନ୍ଦର ଓ ସୁରକ୍ଷିତ ପରିବେଶ ପାଇଁ ଏକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ରୋକାଲ୍ ଗ୍ରାମପଞ୍ଚାୟତ ଅଧିନସ୍ଥ ଜୟବାହାଲ୍ ଗ୍ରାମ ର ମୀରାବାଈ ସ୍ଵୟସହାୟକ ଗୋଷ୍ଠି ର ସମସ୍ତ ସଭ୍ୟା ମାନେ ଏକତ୍ରିତ ହୋଇ ବୃକ୍ଷ ରୋପଣ ଅବସର ରେ ରାସ୍ତା ର ଦୁଇ ପାର୍ଶ୍ଵ ରେ ଓ ଗ୍ରାମର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ତିରିଶି ଟି ବୃକ୍ଷ ରୋପଣ କରିଛନ୍ତି।ଯାହାକି ଆମ ପରିବେଶ ସୁରକ୍ଷାର ଏକ ବାର୍ତା ଅଟେ।ଖାଦ୍ୟ,ବସ୍ତ୍ର,ବାସ ଗୃହ ସହ ମଣିଷ କୁ ସୁନ୍ଦର ଏବଂ ସ୍ୱଚ୍ଛ ନିର୍ମଳ ପରିବେଶ ଅତ୍ୟନ୍ତ ଜରୁରୀ ଅଟେ ଗୋଟିଏ ବିନ୍ଦୁ ରୁ ସମୁଦ୍ର ପାଣି ଭଳି ପ୍ରଥମ କମ ଗଛ ଲାଗିଥିଲେ ଦ୍ୱତୀୟ ବର୍ଷ ମଧ୍ୟ କମ ଲଗାଇ ଏହି ବର୍ଷ ତିରିଶ ଗୋଟି ଗଛ ଲଗାଇଛନ୍ତି ଆସନ୍ତା ବର୍ଷ ରେ ଗ୍ରୁପ ର ପ୍ରତି ସଭ୍ୟା ଦଶଟି ଲେଖାଏଁ ଅର୍ଥାତ ଶହେଟି ଗଛ ଲଗାଇବା ପାଇଁ ସ୍ଥିର କରିଛନ୍ତି ।ପରିଶେଷରେ ସେହି ବୃକ୍ଷ ଗୁଡ଼ିକର ଯତ୍ନ ନେବା ସହ ଏକ ସୁରକ୍ଷିତ ପରିବେଶ ଗଢିତୋଳିବା ପାଇଁ ଶପଥ ପାଠ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମୀରାବାଈ ସ୍ଵଂୟ ସହାୟକ ଦଳ ର ସଭନେତ୍ରୀ ଶ୍ରୀମତୀ ରାଧିକା ସଲମା ଓ ସମ୍ପାଦିକା ଶ୍ରୀମତୀ ଗୋଲାପୀ ସଲମା ଙ୍କ ଉଦ୍ୟମ ରେ ଜୟବାହାଲ ଗ୍ରାମ ର ଜୟମା ଖଲ୍ଲାରୀ ସ୍ୱୟଂ ସହାୟକ ଦଳ ର ସଭ୍ୟା, ଜୟମା ଦୁର୍ଗା ସ୍ୱୟଂ ସହାୟକ ଦଳ,ମା ବିଶ୍ୱ ପରଦେସେନ ସ୍ୱୟଂ ସହାୟକ ଦଳ ର ସଭ୍ୟା ମାନେ ତଥା ରୋକାଲ ଗ୍ରାମ ପଂଚାୟତ ର ପ୍ରାଣୀ ମିତ୍ର ଶ୍ରୀମତୀ ମିତାଞ୍ଜଳି ସଲମା
ଉପସ୍ଥିତ ରହି କାର୍ଯ୍ୟକ୍ରମଟି କୁ ସାଫଲ୍ୟ ମଣ୍ଡିତ କରିଥିଲେ।