ଓଡ଼ିଶାର ୨୫ ସମେତ ଦେଶର ୫୦୮ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଗଷ୍ଟ ୬ତାରିଖ ପୂର୍ବାହ୍ନ ୧୧ଟା ସମୟରେ ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି ।
ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି । ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ମାଧ୍ୟମ ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଥିଲା।