ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଅଭିଯୋଗରେ ଦାବିପତ୍ର :-
ହିଞ୍ଜିଳି କାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 15 କେଉଟ ସାହିର ମିନି କଲ୍ୟାଣ ମଣ୍ଡପ ପ୍ରାୟ 15 ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିଲା l ଏହି କଲ୍ୟାଣ ମଣ୍ଡପଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବାର ତିନି ମାସ ପରେ କାନ୍ଥ ଫାଟି ଆଁ କଲାଣି l ଏହି ମଣ୍ଡପ ଭିତରେ ଭୋଜି କରିବାକୁ ଭୟଭୀତ କରୁଛନ୍ତି l ଏହି ମଣ୍ଡପଟି ସାହି ବାସିନ୍ଦା କାର୍ଯ୍ୟରେ ଲାଗୁ ନାହିଁ l ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା ନିମନ୍ତେ ସରକାର ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି l ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି l ଏହିଭଳି ହିଞ୍ଜିଳି କାଟୁ ଅନ୍ତର୍ଗତ ୱାର୍ଡ ନଂ 15 କେଉଟ ସାହିରେ ଦେଖିବାକୁ ମିଳିଛି l ଯେଉଁଠି 15 ଲକ୍ଷ ବ୍ୟୟରେ କଲ୍ୟାଣ ମଣ୍ଡପ କାର୍ଯ୍ୟରେ ଅନିୟମିତତା ହୋଇଥିବା ୱାର୍ଡ ନଂ 15 କେଉଟ ସାହିର ବାସିନ୍ଦା ହିଞ୍ଜିଳି କାଟୁ ପୌରପାରିଷଦରେ ପହଂଚି କାର୍ଯ୍ୟନିର୍ବାୟୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଆଣିଛନ୍ତି l