ରାଜ୍ୟ

ଶିଳ୍ପାଞ୍ଚଳ ରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ଯୋଡା-(ପର୍ଯ୍ୟବେକ୍ଷକ) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ମାଟକାମବେଡା ସ୍ଥିତ ଆର୍ଯ୍ୟା ଷ୍ଟିଲ ପକ୍ଷ୍ୟରୁ ବଡବିଲ ପୌରାଞ୍ଚଳ ର ବିଭିନ୍ନ  ୱାର୍ଡ ରେ ଡେଙ୍ଗୁ ଓ ମ୍ୟାଲେରିଆ ନିମନ୍ତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ବଡବିଲ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଉପସ୍ଥିତ ଥିବା ସହିତ 14 ନମ୍ବର ୱାର୍ଡ କାଉନ୍ସିଲର ଦେବସ୍ମୀତାପାତ୍ର, 13 ନମ୍ବର ୱାର୍ଡ କାଉନ୍ସିଲର ସୁବ୍ରତ ପାତ୍ର, ପୂର୍ବତନ ଉପାଧ୍ୟକ୍ଷା  ଓ ଆର୍ଯ୍ୟା ଷ୍ଟିଲ ର ସଭାପତି ପ୍ରଭେଶ ପାଣ୍ଡେ, ଉପସ୍ଥିତ ଥିଲେ, ବର୍ଷା ରୁତୁ ରେ ମଶା ଙ୍କ ଉପଦ୍ରବ ବଢିବାରେ ଲାଗେ ତେଣୁ କମ୍ପାନୀ ପକ୍ଷରୁ ଏହାର ନିବାରଣ ଓ ନିରାକରଣ ନିମନ୍ତେ ଏମିତି ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି, ଡେଙ୍ଗୁ ଓ ମ୍ୟାଲେରିଆ ଜ୍ଵର କାହିଁକି ଆଉ କିପରି ହୁଏ ଏବଂ ଏଥିରୁ କିପରି ରକ୍ଷା ପାଇ ପାରିବା ସେଥିନିମନ୍ତେ ଲିଫଲେଟ୍ ବଣ୍ଟନ କରିବା ସହ ଘରେ ଘରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ପ୍ରୟାସ କରିଥିଲେ, ଏହି କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷ୍ୟରୁ ପ୍ରଭେଶ ପାଣ୍ଡେ ( ବରିଷ୍ଠସାଧାରଣସମ୍ପାଦକ),ଜିଜି ଗିରି (ଓ ଆଣ୍ଡ ଏମ୍),ପି କେ ବିଦ୍ୟାଧର (ଏଜିଏମ୍),ବି ବି ମହାନ୍ତି (ପରିଚାଳନା ନିର୍ଦେଶକ)ଙ୍କ ସହ ସୁଶାନ୍ତ ଜେନା, ପ୍ରିୟବ୍ରତ ପାଣି, ଆନ୍ଦ୍ରେ କୋଵିଦ ଉପସ୍ଥିତ ଥିଲେ, ଏହା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ରୁ ମୀରା ବେହେରା, ମଞ୍ଜୁ ଲାଗୁରି, ପୌରପାଳିକା ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାଳି ମହାନ୍ତ ଉପସ୍ଥିତ ଥିଲେ,,

Leave a Reply

Your email address will not be published. Required fields are marked *