ରାଜ୍ୟ

ଯୋଡ଼ା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବିପତ୍ର ପ୍ରଦାନ,,,

ଯୋଡ଼ା,୫/୮(ପର୍ଯ୍ୟବେକ୍ଷକ) ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଶନିବାର ଯୋଡ଼ା ବ୍ଲକ ଶିକ୍ଷକ ସଂଘ ଦ୍ୱାରା ୩ ଦଫା ଦାବି ପୂରଣ  ନେଇ  ଯୋଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ବ୍ଲକ ରେ ଥିବା ବିଭିନ୍ନ ବିଦ୍ୟାଳୟ ର ଶତାଧିକ ଶିକ୍ଷୟିତ୍ରୀଶିକ୍ଷକ ମାନେ ମିଳିତ ହୋଇ ୩ ଦଫା ଦାବିକୁ ତୁରନ୍ତ ରାଜ୍ୟ ସରକାର ପୂରଣ କରନ୍ତୁ ବୋଲି  ବିଭିନ୍ନ ନାରାବାଜି କରି ବ୍ଲକ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ଥିଲେ । ସମଗ୍ର ରାଜ୍ୟରେ ଶନିବାର ଏହି ଦାବିପତ୍ର ବ୍ଲକ ଶିକ୍ଷାଧିକାରୀ ଙ୍କୁ   ପ୍ରଦାନ କରାଯିବ।ପରେ ଆସନ୍ତା ୧୧ ତାରିଖ ଦିନ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଦାବି ପତ୍ର  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯିବ ବୋଲି  ରାଜ୍ୟ ସଂଘ ଦ୍ୱାରା ସ୍ଥିର କରାଯାଇଥିବା ସୂଚନା ଦିଆଯାଇଛି । ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ ନେଇ ଗଠିତ ମହାସଂଘର ଡାକରାରେ ଶନିବାର ପ୍ରଥମ ପର୍ଯ୍ୟାୟରେ ବ୍ଲକସ୍ତରରେ ଦାବିପତ୍ର ପ୍ରଦାନ ପରେ ଯଦି ସରକାର ୩ ଦଫା ଦାବି ଯଥା ଅବିକଳ କେନ୍ଦ୍ରୀୟ ହାରରେ ୪୨୦୦ ଗ୍ରେଡ଼ ପେ ପ୍ରଦାନ,ପୁରୁଣା ପେନସନ ପ୍ରଚଳନ ଓ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରା ନ ଗଲେ ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟି ନେଇ ବିଦ୍ୟାଳୟରେ ତାଲା ଝୁଲାଇ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇ ଥିବା ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ବାରମ୍ବାର ସରକାର ପ୍ରତିଶୃତି ଦେଇ ପ୍ରତିଶୃତି ପୂରଣ କରୁନଥିବାରୁ ଶିକ୍ଷକ ସଂଘ ଏପ୍ରକାର କଠୋର ମନୋବୃତି ପୋଷଣ କରିଥିବାର ଯୋଡ଼ା ବ୍ଲକ ନିଖିଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଲକ୍ଷ୍ମୀକାନ୍ତ ନାଏକ ଓ ସମ୍ପାଦକ ପୁରନ୍ଦର ଗିରି, ପ୍ରତିମା ସାବତ,ଧ୍ରୁବ ଚରଣ ପାତ୍ର,ବସନ୍ତ କୁମାର ପୃଷ୍ଟି,ପୁନାଲ ପାତ୍ର,ଦୀନବନ୍ଧୁ ପତି, ଅକ୍ଷୟ କୁମାର ରାଉତ,ଅଜିତ କୁମାର ଅଧିକାରୀ, ପ୍ରଗତି ପରିଡା, ସୁଲେଖା କାରୁଆ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିରଞ୍ଚି ନାରାୟଣ ଶତପଥୀ ଦାବିପତ୍ର ଗ୍ରହଣ କରି ଥିଲେ ।

Leave a Reply

Your email address will not be published. Required fields are marked *