ଖଣି ଅଞ୍ଚଳରେ ମୁଖା ପିନ୍ଧା ଯୁବକମାନଙ୍କ ଆତଙ୍କ,, ମୁଖା ପିନ୍ଧି ଟ୍ରକ୍ ଗୁଡିକରୁ କରୁଛନ୍ତି ଲୁଟ୍,,
ପ୍ରଶାସନ ଦୃଷ୍ଟି ଦେବାକୁ ଦାବି,,ଯୋଡା,୬/୦୮()କେନ୍ଦୁଝର ଜିଲ୍ଲା,ବାମେବ।ରୀ ଥାନା ଅଧୀନରେ ଥିବା ଜୁରୁଡି – ଖଣ୍ଡବନ୍ଧ , ଜୁରୁଡ଼ି- ଗୁରୁବେଡ଼। ରାସ୍ତାରେ ମୁଖା ପିନ୍ଧା ଯୁବକଙ୍କ ଆତଙ୍କ ରାଜ ର ଶିକାର ହେଉଛନ୍ତି ଟ୍ରକ୍ ଡ୍ରାଇଭର ।ଟ୍ରକ୍ ଡ୍ରାଇଭର ମାନଙ୍କ ଠାରୁ ଟଙ୍କା,ମୋବାଇଲ ସମେତ ଟ୍ରକ୍ ଠିଆ କରି ବନ୍ଧୁକ , ଭୂଜାଲିରେ ଆକ୍ରମଣ କରି ଟ୍ରକ୍ ରୁ ବ୍ୟାଟେରୀ ଓ ଡିଜେଲ ମଧ୍ୟ ଲୁଟି ନେଉଛନ୍ତି ।ସେହି ରାସ୍ତାରେ ଚଳ ପ୍ରଚଳ କରୁଥିବାରୁ ଡ୍ରାଇଭର ମାନେ ଅଭିଯୋଗ କରିବାକୁ ଭୟ କରୁଛନ୍ତି ।ଏପରିକି ନାମକୁ ଗୋପନରେ ରଖି ଖଣ୍ଡବନ୍ଧ ପାର୍କିଂ ରେ ଥିବା କିଛି ଡ୍ରାଇଭର କହିଛନ୍ତି ଯେ,ଅଭିଯୋଗ କରିଥିବା ଡ୍ରାଇଭର କୁ ହତ୍ୟା ଉଦ୍ୟମ ହୋଇଥିଲା ।ଭୟରେ କେହି ପୋଲିସ କୁ ଅଭିଯୋଗ କରୁ ନାହାନ୍ତି ।ତେଣେ ମାଳ ମାଳ ସଂଖ୍ୟାରେ ଭାରି ଯାନ ଚାଲୁଥିବାରୁ ପୋଲିସ ପେଟ୍ରୋଲିଂ ଗାଡ଼ି ଖାଲି ନାଲି ବତି ଲଗାଇ ବୁଲୁଛି ।ପୋଲିସ ଗାଡ଼ି ର ଗତି ବିଧି ଲକ୍ଷ୍ୟ କରି ସାରିବା ପରେ ଅପରାଧୀ ମାନେ ଅପରାଧ ଭିଆଉ ଛନ୍ତି ।ଖବର ନେବାରୁ ଜଣାପଡିଛି ଯେ,କପୂର୍ ହଟିଂ,ଜରିବ।ହାଲ, ଜୟ ଶ୍ୟାମ ହାଟିଂସମେତ ଜୁରୁଡ଼ି ଅଞ୍ଚଳ ର ବସ୍ତି ରେ ଝ।ଡଖଣ୍ଡ ଅଞ୍ଚଳ ର କିଛି ଦୁର୍ଦ୍ଦାନ୍ତ ଙ୍କ ଇଙ୍ଗିତରେ ଏହିପରି ଲୁଟ୍ ତର।ଜ୍ କରାଯାଉଛି ।ଯୋଡା ର ଜଣେ ଟ୍ରକ୍ ବ୍ୟବସାୟୀ ନିର୍ମଳ ସିଂ କହିଛନ୍ତି ଯେ,ଖଣ୍ଡ ବନ୍ଧ ଠାରୁ ବଂ।ଶପାଣି ପର୍ଯ୍ୟନ୍ତ ରାତି ପ୍ରାୟ ୧୧ଟାରୁ ଭୋର୍ ସକାଳ ପର୍ଯ୍ୟନ୍ତ ମୁଖା ପିନ୍ଧା କିଛି ଯୁବକ ପ୍ରଥମେ ଟ୍ରକ୍ ଗୁଡ଼ିକୁ ପଥର ମାଡ଼ କରି ଗାଡ଼ି ର କାଚ ଭାଙ୍ଗି ଦେଉଛନ୍ତି ,ଟ୍ରକ୍ ଡ୍ରାଇଭର ମାନେ ଗାଡ଼ି ଛାଡ଼ି ପଳାଇବା ପରେ ଗାଡି ରୁ ମୋବାଇଲ ,ମୂଲ୍ୟବାନ ଯନ୍ତ୍ରାଂଶ ସହିତ ଡ୍ରାଇଭର ମାନଙ୍କୁ ଛୁରୀ, ଭୁଜାଲି ରେ ଆକ୍ରମଣ କରି ଟଙ୍କା ଲୁଟ କରି ନେଉଛନ୍ତି । ଗତ କିଛି ଦିନ ପୂର୍ବେ ତାଙ୍କ ଗାଡ଼ି ର ଡ୍ରାଇଭର କୁ ଆକ୍ରମଣ କରି ଲୁଟ୍ କରାଯାଇଥିଲା । ଏ ନେଇ ସେ କେନ୍ଦୁଝର ଏସପି ଙ୍କୁ ଜଣାଇ ଥିଲେ ଏବଂ ବାମେବ।ରି ଥାନାରୁ ଫୋନ୍ ଆସିଥିଲା ।ମାତ୍ର କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି