ଠିକା ସଂସ୍ଥା ର ଖାମଖିଆଲି ନୀତି ପାଇଁ ଯମ ଦଣ୍ଡ ଭୋଗୁଛନ୍ତି ଲୋକ,,,
ଯୋଡ଼ା-() କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ନିର୍ମାଣ ଚାଲିଛି ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର କାର୍ଯ୍ୟ। ସୌନ୍ଦର୍ଯ୍ୟ ଓ ସୁରକ୍ଷିତ ଗମନାଗମନ ଉଦ୍ଦେଶ୍ଯ ରେ ନିର୍ମାଣ ହେଉଥିବା ଏହି ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆଉ ମାତ୍ର 20 ପ୍ରତିଶତ କାର୍ଯ୍ୟ ବାକିଥିବା ବେଳେ ଉଭୟ ପାର୍ଶ୍ଵର ସର୍ଭିସ ରୋଡ ଓ ଡ୍ରେନ୍ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ପାରି ନ ଥିବା ଏବେ ଯୋଡା ଜନସାଧାରଣ ଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି, ଠିକାସଂସ୍ଥା ର ଦୂରଦୃଷ୍ଟି ଅଭାବ ଓ ଖାମଖିଆଲ ନୀତି ପାଇଁ ଯମ ଦଣ୍ଡ ଭୋଗୁଛନ୍ତି ଯୋଡା ପୌରପାଳିକା ର ସାଧାରଣ ଜନତା, ରାସ୍ତା କାମ ତ୍ୱରାନ୍ୱିତ ପାଇଁ ଗୋଟିଏ ମାସ ଭାରିଯାନ ଚଳାଚଳ ବନ୍ଦ ଚଳାଚଳ ରଖିବା ପରେ ମଧ୍ଯ ଫ୍ଲାଇଓଭର୍ କାର୍ଯ୍ୟ ରେ କିମ୍ବା ସର୍ଭିସ୍ ରୋଡ ନିର୍ମାଣ ରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ପାରି ନଥିବାରୁ କ୍ଷୁବ୍ଧ ପ୍ରକାଶ କରିଛନ୍ତି ଲୋକ, ବର୍ଷା ଦିନ ପୂର୍ବରୁ ସର୍ଭିସ୍ ରୋଡ ନିର୍ମାଣ ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ନ ସାରିବା ଦ୍ଵାରା ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି, ଏହି ରାସ୍ତା ଉପରେ ମୁଖ୍ୟତଃ ବିଭିନ୍ନ ବିଦ୍ୟାଳୟ, ବ୍ୟାଙ୍କ୍, ଯୋଡା ସହର ର ମୁଖ୍ୟ ବଜାର ଥିବାବେଳେ ପାଣି ଓ କାଦୁଅ ରେ ଦୈନଦିନ ଜୀବନ ଦୁର୍ବିଶହ ହୋଇ ପଡିଛି, ଠିକାଦାର ଚେଭର୍କ୍ସ
କମ୍ପାନୀ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟରେ ନିଜର ମନମୁଖୀ କାର୍ଯ୍ୟଶୈଳୀ ଯୋଗୁଁ ଯାତାୟତ କରିବାକୁ ବହୁତ ଦୟନୀୟ ଅବସ୍ଥା ଭୋଗୁଛନ୍ତି ପୌରପାଳିକା ବାସୀ ।ବର୍ଷା ଦିନ ଆସିବା ପୂର୍ବରୁ ରାସ୍ତାରେ ସର୍ଭିସ ରୋଡ଼ ନିର୍ମାଣ ଓ ଡ୍ରେନେଜ ବ୍ୟବସ୍ଥା କରିବାରେ ବିଫଳ ଯୋଗୁଁ ଏପରି ଅବସ୍ଥା ବୋଲି ସାଧାରଣରେ ଆଲୋଚନା ହେଉଛି । ଫ୍ଲାଏ ଓଭର କାର୍ଯ୍ୟ ଚାଲୁଥିବା ସମୟରେ ସର୍ଭିସ ରୋଡ଼କୁ ପ୍ରଥମେ ଠିକ ନ କରି ଠିକା କମ୍ପାନୀ ନିଜର ନଜର ଏବେ ନୂଆନୂଆ ନେଇଥିବା କିଛି ପ୍ରକଳ୍ପଗୁଡିକରେ ଦୃଷ୍ଟି ଦେଉଥିବାନେଇ ଜନସାଧାରଣ ଅସନ୍ତୁଷ୍ଟ ଭାବପ୍ରକାଶ କରିଛନ୍ତି।ଗୋଟିଏ କାର୍ଯ୍ୟ ନ ସରୁଣୁ ପାଣି ପାଇପ ଲାଇନ କାର୍ଯ୍ୟ ହାତକୁ ନେବା, ବିଭିନ୍ନ ବେସରକାରୀ ସଂସ୍ଥାରୁ କାର୍ଯ୍ୟନେଇ ଆରମ୍ଭ କରିବା, ମାନବ ସମ୍ବଳ କମ ରଖିବା ,ଆବଶ୍ୟକ ଠାରୁ କମ ମେସିନାରୀ ବ୍ୟବହାର କରିବା, ଅନଭିଜ୍ଞ ଛୋଟ ଛୋଟ ଠିକାଦାରଙ୍କୁ ନିୟୋଜିତକରି ସେମାନଙ୍କଦ୍ୱାରା କାର୍ଯ୍ୟ କରିବା ଦ୍ୱାରା ଜନ ସାଧାରଣଙ୍କୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି। ଏବିଷୟରେ ଚେଭର୍କ୍ସ କମ୍ପାନୀକୁ ପଚାରିଲେ ସବୁବେଳେ ବିଭିନ୍ନ ବାହାନା ଦେଇ କାର୍ଯ୍ୟ ନ ସରିବାର କହୁଛନ୍ତି।କିନ୍ତୁ ସାଧାରଣ ଲୋକ ମାନେ କମ୍ପାନୀର କାର୍ଯ୍ୟଶୈଳୀ ଓ ଦୂରଦର୍ଶୀତାର ଅଭାବ ଯୋଗୁଁ ସର୍ଭିସରୋଡ଼ର ବିଳମ୍ବ ହେଉଥିବା କହିଛନ୍ତି। 5ଟି ସଚିବ ଭି. କେ. ପଣ୍ଡିଆନ ନିଜେଆସି କାର୍ଯ୍ୟ ର ସମୀକ୍ଷା କରିଥିଲେ ମଧ୍ୟ ଚେଭର୍କ୍ସ କମ୍ପାନୀ କାର୍ଯ୍ୟ ଧାରା ରେ ତତ୍ପରତା ଦେଖାଯାଉ ନାହିଁ, ପ୍ରତିଦିନ ସ୍କୁଲ ଛାତ୍ର ଛାତ୍ରୀଙ୍କ ଠାରୁ ଦୈନଦିନ ବିଭିନ୍ନ କାର୍ଯ୍ୟରେ ଯାଉଥିବା ପଥଚାରୀ ଡ଼ି.ଏ.ଭି ସ୍କୁଲ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବହୁ ଅସୁବିଧାରେ ଯାତାୟତ କରୁଛନ୍ତି।ରୋଗୀଟିଏ ନେବାଆଣିବା ପାଇଁ ଆମ୍ବୁଲାନ୍ସ ଟିଏ ଏହି ରାସ୍ତାରେ ଚାଲିବା କଷ୍ଟକର ।ଏଥିପ୍ରତି ପ୍ରଶାସନିକ ସ୍ତରରେ ଏହି ଠିକାଦାରର ମନମୁଖୀ କାର୍ଯ୍ୟ ଶୈଳୀରେ ଅଙ୍କୁଶ ଲଗାଇବାସହ କାର୍ଯ୍ୟ ଟିକୁ ଯଥାଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ପୌରପାଳିକାର ଡ଼ିଏଭି ସ୍କୁଲ ଠାରୁ କୁମାରଯୋଡ଼ା ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ଏହି ଫ୍ଲାଏ ଓଭର କାର୍ଯ୍ୟ। ୪.୮୭୫କିମି ର ଏହି ଫ୍ଲାଏ ଓଭରରେ ଉଭୟ ପାର୍ଶ୍ଵରେ ୨କିମି ରାସ୍ତା ଓ ପ୍ରାୟ ୩କିମି ଫ୍ଲାଏ ଓଭର କାର୍ଯ୍ୟ ହେବ। ଏହି କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୧୪୪କୋଟି ଟଙ୍କାର ଅନୁମୋଦନ ହୋଇଥିବା ବେଳେ କାର୍ଯ୍ୟ ରେ ଡ୍ରେନେଜ ଓ କଂକ୍ରିଟ ରୋଡ଼ପାଇଁ ଆହୁରି ଅର୍ଥ ବଢା ଯାଇଛି।କାର୍ଯ୍ୟ ଶେଷ ହେବାର ଶେଷ ସମୟ ସୀମା ସେପ୍ଟେମ୍ବର ମାସ ୨୦୨୩ ମସିହା ଦିଆ ଯାଇଥିଲା।ବହୁ ପ୍ରତୀକ୍ଷିତ ଏହି ଫ୍ଲାଏ ଓଭର ହେଲେ ପୌରପାଳିକାର ଜନସାଧାରଣ ଲୋକଙ୍କ ଦୈନଦିନ ଚଳଣି ରେ ସୁଧାର ଆସିବ, ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ସ୍କୁଲ କଲେଜ ଯାଆସ କରିବା ସହ,ବଜାର ଯିବା, ନିଜର ଚାକିରୀ ଓ ବ୍ୟବସାୟକ୍ଷେତ୍ରକୁ ଯିବା ଆସିବା କରିବାରେ ଲୋକଙ୍କୁ ଅନେକ ସହାୟକ ହେବା ସହ ଯୋଡା ସହର ର ସୌନ୍ଦର୍ଯ୍ୟ ରେ ଆଉ ଏକ ପୃଷ୍ଠା ଯୋଡି ହୋଇ ରହିବ