ରାଜ୍ୟ

ପଲ୍ଲୀ ବିକାଶ ତରଫରୁ ସଙ୍ଗୀତ, ବତ୍କୃତା, ସାଧାରଣ ଜ୍ଞାନ ଭିନ୍ନ ଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ହିଂଜିଳି କାଟୁ:-ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ, ହିଂଜିଳି ବ୍ଲକ ପୋଡଙ୍ଗୀ ଗ୍ରାମ ତରଫରୁ ଆଗାମୀ ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ, ବତ୍କୃତା, ସାଧାରଣ ଜ୍ଞାନ ଭିନ୍ନ ଭିନ୍ନ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବିଭାଗ ଅନୁଯାୟୀ ଆୟୋଜିତ ହୋଇଯାଇଛି। ବିଚାରକ ମଣ୍ଡଳୀରେ ଅଧ୍ୟାପକ ଜଗନ୍ନାଥ ପଟ୍ଟନାୟକ, ଶିକ୍ଷକ ନିରଞ୍ଜନ ସାହୁ, ଅଶୋକ ସାମନ୍ତରାୟ  ଶିକ୍ଷକ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ  ଶ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ  କରକମଳରେ ଦ୍ବୀପ ପ୍ରଜ୍ବଳନ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ପ୍ରତି ମାନବିକତା ଓ ଦାୟିତ୍ବବୋଧ କାର୍ଯ୍ୟ ପ୍ରତି ଉପଦେଶ ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ କିରଣ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ଶ୍ରୀ ଆଲୋକ କୁମାର ନାୟକ ପ୍ରତିଯୋଗିତା ପରିଚାଳନା କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ୧୫ ଅଗଷ୍ଟ ୨୦୨୩ ଭାରତ ବର୍ଷର ୭୭ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ।ଅନୁଷ୍ଠାନର  ସଂଯୋଜକ ଚିନ୍ତାମଣି ବେହେରା , ଆଶିଷ କୁମାର ପଣ୍ଡା, କାହ୍ନୁ ଚରଣ ବେହେରା, ସୂର୍ଯ୍ୟକାନ୍ତ ବେହେରା, ଜନାର୍ଦ୍ଦନ ପାଢ଼ୀ, ଚିନ୍ମୟ ଗୌଡ଼, ଶୁଭମ୍ ବେହେରା, ମନୋରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଅତିଥିମାନଙ୍କ ସାରସ୍ଵତ ପ୍ରତିଭା ପ୍ରତି ଛାତ୍ରଛାତ୍ରୀମାନେ ବେଶ୍ ଅନୁପ୍ରାଣୀତ ହୋଇଥିଲେ l

ହିଞ୍ଜିଳିକାଟୁ ରୁ ଅଖିଳ କୁମାର ପଟ୍ଟନାୟକ

Leave a Reply

Your email address will not be published. Required fields are marked *