ଭୁବନେଶ୍ୱର : ପଟିଆ ଅନ୍ତର୍ଗତ ହୋଟେଲ କ୍ରାଇଷ୍ଟାଲ କ୍ରାଉନ ଠାରେ ୨ୟ ବାର୍ଷିକ ଦନ୍ତ ଚିକିତ୍ସା ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ରେ କୃତ୍ତି ଦନ୍ତ ଡାକ୍ତରମାନଙ୍କୁ ପୁରସ୍କୃତ କରିଥିଲେ ଉପ-ବାଚସ୍ପତି।