ରାଜ୍ୟ

ନଅ ଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଆରମ୍ଭ l

ଶେରଗଡ଼ ୮/୮ (ପି.ଏନ୍‌ ): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାକଣା ଗ୍ରାମରେ ରହିଥିବା “ଶ୍ରୀ  ଶ୍ରୀ ଜଗନ୍ନାଥ ମାନସ ପ୍ରଚାରିଣୀ ସମିତି” ଦ୍ୱାରା ସମଗ୍ର ବିଶ୍ୱ ର ମଙ୍ଗଳ ନିମନ୍ତେ ନଅ ଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏହି ପାରାୟଣ  ଚଳିତ ମାସ ୮ ତାରିଖ ମଙ୍ଗଳ ବାର ଦିନ ଠାରୁ ଆରମ୍ଭ ହୋଇ  ବୁଧବାର ଅର୍ଥାତ ୧୬ ତାରିଖ ଦିନ ପୃ୍ଣ୍ଣାହୁତି ହେବ l   ମଙ୍ଗଳବାର ଦିନ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଅଙ୍କୁରାରୋପଣ,ମାନସ ପାରାୟଣ,ପୂଜା, ହୋମ ଓ ପ୍ରବଚନ  ନଅ ଦିନ ଧରି ଚାଲୁ ରହିବ l ଯାହାରୀ ଫଳରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇବlଏହି ପାରାୟଣରେ କର୍ତ୍ତା ଭାବେ ପ୍ରମୋଦ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ସ୍ଵର୍ଣ୍ଣଲତା ପାଣିଗ୍ରାହୀ, ବ୍ୟାସ ଭାବେ ଶରତ ଚନ୍ଦ୍ର ମିଶ୍ର, କାଳୀ ଚରଣ ମିଶ୍ର, ଏମ ଅଶ୍ୱିନୀ ପାତ୍ର ଓ କାନ୍ହୁ ଚରଣ ପାଢ଼ୀ l ମଥୁରା ପଦ୍ମନାଭପୁର ଶାସନ ରୁ ପଣ୍ଡିତ ଶ୍ରୀ ମାଧବ ଚନ୍ଦ୍ର  ମହାପାତ୍ର,   ପଣ୍ଡିତ ଶ୍ରୀ ହରିହର ମହାପାତ୍ର ପଣ୍ଡିତ ଶ୍ରୀ କୃତ୍ତିବାସ ମହାପାତ୍ର,ପଣ୍ଡିତ ଶ୍ରୀ ସତ୍ୟବାନ ମହାପାତ୍ର ଓ ଉମାକାନ୍ତ ମହାପାତ୍ର ପୁରୋହିତଙ୍କ ପୌରହିତରେ ମାନସପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଏଥି ସହ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ଓ ଗ୍ରାମବାସି ସହଯୋଗ କରିଛନ୍ତି l ସୂଚନା ଅନୁସାରେ ଏହି ମାନସ ପ୍ରଚାରିଣୀ ସମିତି ୯/୯/୧୯୯୫ରେ ଆରମ୍ଭ ହେଇଥିବା ବେଳେ ପ୍ରତ୍ୟେକ ବର୍ଷ ଏହି ପରି ନଅଦିନ ଧରି ବିଶ୍ଵର ମଙ୍ଗଳ କାମନା ନିମନ୍ତେ ଅର୍ଣ୍ଣଯଜ୍ଞ, ଘୃତ ଯଜ୍ଞ,ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ହୋଇ ଆସୁଛି ବୋଲି ସମିତିର ସଭାପତି କାଳିଚରଣ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *