କୋରାପୁଟ ଜିଲ୍ଲା ସ୍ତରୀୟ ସାହିତ୍ୟ ପରିଷଦ ଏବଂ ସେମିଳିଗୁଡା ପାଠଚକ୍ରର ବାର୍ଷିକ ଉତ୍ସବ
ସେମିଳିଗୁଡା: କୋରାପୁଟ ଜିଲ୍ଲାର ସେମିଳିଗୁଡା ଶ୍ରୀ ଅରବିନ୍ଦ ପାଠାଗାର ରେ ଜିଲ୍ଲା ସ୍ତରୀୟ ଶ୍ରୀ ଅରବିନ୍ଦ ସାହିତ୍ୟ ପରିଷଦ ଏବଂ ସେମିଳିଗୁଡା ପାଠଚକ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅରବିନ୍ଦ ପାଠାଗାର ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସୁନାବେଡ଼ା ପୌର ପରିଷଦ ଅଧକ୍ଷ ଡ . ରାଜେନ୍ଦ୍ର କୁମାର ପାତ୍ର ଉଦଘାଟନ କରି ଦ୍ଵୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟ ଅତିଥି ଭାବରେ ସମାଜ ସେବୀ , ଓ ସାହିତ୍ୟିକ ଶ୍ରୀ କୃଷ୍ଣ ସିଂହ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀ ସରୋଜ କୁମାର ପରିଡ଼ା. ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଯୋଗରେ ସାହିତ୍ୟ ହିଁ ଆଧାର ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଶ୍ରୀମତୀ ସସ୍ମିତା ମିଶ୍ର ସାମୁହିକ ଯୋଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସ୍ବାଇଁ ସଭାପତିତ୍ବ କରିଥବା ବେଳେ ଅଧ୍ୟାପିକା ଡ . ଝାନସୀ ସିଂହ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ସିଂହ ଦିବ୍ୟ ପ୍ରେମ ଏବଂ ଆଧ୍ୟାତ୍ମିକ ଚେତନା ମଣିଷର ସହନଶୀଳତା କୁ ବୃଦ୍ଧି କରିଥାଏ ବୋଲି ଦର୍ଶାଇ ଥିଲେ। ପାଠାଗାର ର ସଭାପତି ଶ୍ରୀ କୈଳାସ ଚନ୍ଦ୍ର ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ।ଦ୍ୱିତୀୟ ଅଧିବେଶନରେ ଆଧ୍ୟାତ୍ମିକ କବିତା ପାଠ ଉତ୍ସବ ଅନୁଷ୍ଠିତ ହେଇଥିଲା । ସେମିଳିଗୁଡା ଦାମନଯୋଡି,ସୁନାବେଡ଼ା,କୋରାପୁଟ, ଇନ୍ଦ୍ରାବତୀ,କୋଲାବ, ପଟାଙ୍ଗି, କୋଟପାଡ ରୁ ଆସିଥିବା କବି ଯଥା ବବିତା ପାଲ, ନଳିନୀ ଦେବୀ,ଲୋପାମୁଦ୍ରା ମାଝୀ, ପ୍ରଶାନ୍ତ ସ୍ବାଇଁ, ତାରିଣୀ ଚରଣ ପତି, ଗାୟତ୍ରୀ ପାଣିଗ୍ରାହୀ, ସ୍ନିଗ୍ଧା ରାଣୀ ମିଶ୍ର,ଶ୍ରୀ ମନୋରଞ୍ଜନ ରଥ,ନାରାୟଣ ପତି, ଧିରବ୍ରତ ପାତ୍ର, ବିଦ୍ୟୁତ୍ ପ୍ରଭା ରଥ,ସଂଗୀତା କୁମାରୀ ପାତ୍ର,ସୋଭାଗିନୀ ପରିଛା, ପ୍ରବୋଧ ମଲ୍ଲିକ ଇତ୍ୟାଦି ନିଜସ୍ଵ ସ୍ବରଚିତ କବିତାମାନ ପାଠ କରିଥିଲେ। ଉକ୍ତ ମଞ୍ଚରେ ଡ.ବିଦ୍ୟୁତ୍ ପ୍ରଭା ରଥ ସଭାପତିତ୍ବ କରିଥିଲେ।କବିତା ଗୁଡ଼ିକୁ ବିଦ୍ୟୁତ୍ ପ୍ରଭା ରାଉତ ସମୀକ୍ଷା କରିଥିବା ବେଳେ ମମତା ସାମଲ ସଂଯୋଜନା କରିଥିଲେ। କାର୍ଯକ୍ରମ କୁ ପାଠ ଚକ୍ର ର ସଭ୍ୟ ସଭ୍ୟା ମୁଖ୍ୟତଃ ଶ୍ରୀ ଦେବେନ୍ଦ୍ର ମାଝୀ, ଲୋକନାଥ ଆଚାର୍ଯ୍ୟ, ଅଜୟ ଇ ଡିଂ, ପଦ୍ମଜା ପଣ୍ଡା, ନଳିନିଦେବି, ବେଦପ୍ରକାଶ ଦାସ, ବିଦ୍ୟୁତ୍ ପ୍ରଭା ରାଉତ, ଅନିତା ପାଢ଼ୀ ଇତ୍ୟାଦି ସହଯୋଗ କରିଥିଲେ।