ରାଜ୍ୟ

କାକଟପୁର ଅଟୋ ଚାଳକ ସଙ୍ଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

କାକଟପୁର ତା ୨୮/୧,(ପିପିଏସ)ପୁରୀଜିଲ୍ଲା କାକଟପୁର ଅଟୋ ଚାଳକ ସଂଘ ପକ୍ଷରୁ ସ୍ଥାନୀୟ 

ଅଟୋ ଷ୍ଟାଣ୍ଡ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ

ମୁଖ୍ୟ ଅତିଥି ଭାବେ କାକଟପୁର ଥାନା ଆଇଆଇସି ପ୍ରିୟରଞ୍ଜନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପୂର୍ବକ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ଡଃ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫ୍ଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯିବାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ସେବେଠୁ ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ ହୋଇଆସୁଛି ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ l ସମ୍ମାନିତ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ଥାନା ଏଏସଆଇ ରବୀନ୍ଦ୍ର ନାୟକ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ବରିଷ୍ଠ କଂଗ୍ରେସ ନେତା ଶେଖ ଲିଆକତଙ୍କ ସମେତ ଅଟୋ ଚାଳକ ସଙ୍ଘ ସଭାପତି ଶେଖ ଗୟାସ, ଉପସଭାପତି ସୁନୀଲ କୁମାର କର, ସମ୍ପାଦକ କବିରାଜ କାଣ୍ଡି, ସହ -ସମ୍ପାଦକ ପଦ୍ମନାଭ ଦାସ,କୋଷାଧକ୍ଷ ବିନୋଦ କୁମାର ମହାନ୍ତି,ଉପଦେଷ୍ଠା ପ୍ରଶାନ୍ତ କୁମାର ଦାସ, ରମେଶ ଚନ୍ଦ୍ର ଭୁୟାଁ, ଅକ୍ଷୟ କାଣ୍ଡି, ନିରଞ୍ଜନ ଜେନା, ସଞ୍ଜୟ ନାୟକ, ସୁଧୀର ପଣ୍ଡା,କାଳୁ, ନବୀନା ସମେତ ପ୍ରାୟ ଶହେରୁ ଉର୍ଦ୍ଧ ଅଟୋ ଚାଳକ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *