କୋଠରୀ ଅଭାବ ଯୋଗୁଁ, ଶିକ୍ଷାଦାନ ବାଧାପ୍ରାପ୍ତ ,
ନୂଆପଡା (ବିରବଲ ପ୍ରଧାନ)ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ପଞ୍ଚାୟତ ବରପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ କୋଠରୀ ବିପଦ ଶଙ୍କୁଳଅବସ୍ଥାରେ ଥିବା ଅଭିଯୋଗ ହୋଇଛି l ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ 5 ଗୋଟି ଶ୍ରେଣୀ ରହିଥିବା ବେଳେ 44 ଜଣ ଛାତ୍ରଛlତ୍ରୀ ଅଧ୍ୟୟନ କରନ୍ତି ଓ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି l ପୂର୍ବରୁ ଯେଉଁ ସବୁ ଶ୍ରେଣୀ କୋଠରୀ ରହିଥିଲା ସବୁ ଖରାପ ହୋଇ ପଡି ଥିବାରୁ ପୁଣି ନୂତନ ଭାବରେ ଦୁଇଟି ଶ୍ରେଣୀ କୋଠରୀ ନିର୍ମାଣ ହେଲା l 2ଟି କୋଠରୀ ମଧ୍ୟରୁ ଗୋଟିଏର ଵିମ ଭଙ୍ଗିଯାଇ ଛାତରୁ ପାଣି ଗଳୁଥିବାର ଦେଖଦେଇଛି l ସେହି କୋଠରୀ ଭିତରେ ଛାତ୍ରଛତ୍ରୀ ମାନଂକୁ ସପୂର୍ଣ ବାରଣ କରା ଯାଇଥିବାବେଳେ ଅନ୍ୟ ଏକ କୋଠରୀରେ ଛାତରୁ ପାଣି ଗଳୁଛି l ବର୍ଷେ ହେଲା ଛାତ୍ରଛତ୍ରୀ ମାନଂକୁ ବାରଣ୍ଡାରେ ବସାଇ ପାଠ ପଡା ଯାଉଛି l ଅତ୍ୟଧିକ ବର୍ଷା ହେଲେ ସ୍କୁଲ ଛୁଟି ହୋଇ ଯାଏ l ବିଦ୍ୟାଳୟର ଛାତ୍ର କେତେବେଳେ ଭୁସିଡ଼ି ପଡିବ ବୋଲି ଅଭିଭାକାମାନେ ଭୟରେ ପିଲାଛୁଆଙ୍କୁ ସ୍କୁଲକୁ ମଧ୍ୟ ଛାଡୁ ନାହାନ୍ତି l ଗୋଟିଏ କୋଠରୀରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବସାଇ ପାଠ ପଡା ଚାଲିଛି l ସବୁପିଲା ଗୋଟିଏ କୋଠରୀରେ ବସିଲେ ଶିକ୍ଷକ କେଉଁ ଶ୍ରେଣୀରେ ପାଠ ପଢ଼ାଇବ l ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପାପ୍ତ ହେଉଛି l ବିଦ୍ୟାଳୟର ପାଇଖାନା ସବୁ ଖରାପ ହୋଇ ଯିବାରୁ ଛାତ୍ରଛତ୍ରୀ ମାନେ ବାହାରକୁ ଶୌଚ ହୋଇ ଯାଉଛନ୍ତି l ଅଫିସ କୋଠରୀରେ ପାଣି ଚାଲୁଥିବାରୁ କାଗଜ ପତ୍ର ସବୁ ପାଣିରେ ପଡି ନଷ୍ଟ ହୋଇ ଯାଇଛି l ମଧ୍ୟାନ୍ନ ଭୋଜନ ଚାଉଳ ଓ ଅନ୍ୟାନ୍ୟ ଜିନିଷ ସବୁ ମଧ୍ୟ ପାଣିରେ ଖରାପ ହେବାର ଆଶଙ୍କା ରହିଛି l ଏ ସଂକ୍ରାନ୍ତରେ କୋମନା ଗୋଷ୍ଟି ଶିକ୍ଷ୍l ଅଧିକାରୀ ଅନିତା ପଣ୍ଡାଙ୍କୁ ପଚାରିବାରୁ ମୁଁ ନୂତନ ଭାବରେ ଆସିଛି ମୋ ପାଖରେ ଖବର ନାହିଁ l ତଦନ୍ତ କରିଲାପରେ କଣ ହୋଇଛି ଜଣା ପଡିବ ବୋଲି କାହିଥିଲେ l ପ୍ରଧାନ ଶିକ୍ଷକ ଭୀମସେନ ଶବରଙ୍କୁ ଏ ବାବଦରେ ପଚାରିବାବରୁ ଆବଶ୍ୟକ ଶ୍ରେଣୀ ଗୃହ ନୂତନ ଭାବରେ ନିର୍ମାଣ ହେଲେ ଛାତ୍ର ଛାତ୍ରୀଙ୍କ ପଡିବା ପାଇଁ ସୁବିଧା ହେବ ବୋଲି କହିଥିଲେ l ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପରିଚାଳନା କମିଟି ସଭାପତି ବାସୁ ଭୋଇ, ଟିକେଶ୍ୱର ସ୍ୱାଇଁ ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି ।