ରାଜ୍ୟ

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

ଗୋଳନ୍ଥରା :

ତା.୮ ଅଗଷ୍ଟ ୨୦୨୩, ମଙ୍ଗଳବାର ଗୋଳନ୍ଥରା ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ  ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର, ଗୋଳନ୍ଥରା ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜନ କରାଯାଇଅଛି. ଉକ୍ତ ଶିବିରକୁ  ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ବିନୋଦ ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ବରିଷ୍ଠ ସମାଜସେବୀ ଗୋଳନ୍ଥରା ଶ୍ରୀ ଦିଲ୍ଲୀପ କୁମାର ସାହୁ , ସମ୍ମାନନୀୟ ଅତିଥି ଶ୍ରୀ ଶିବାନନ୍ଦ ପଟ୍ଟନାୟକ ( ନାୟବ ସରପଞ୍ଚ ଗୋଳନ୍ଥରା),  ସମ୍ମାନନୀୟ ଅତିଥି ବରିଷ୍ଠ ସମାଜସେବୀ ଶ୍ରୀ ଅମରେନ୍ଦ୍ର ଜେନା , ଶ୍ରୀ ଗୌତମ ବରାଡ଼  ସହଯୋଗୀ ଶ୍ରୀ ରାମି ଦଳାଇ  ଉଦଘାଟନ କରିଥିଲେ . ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସଦସ୍ୟଗଣ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ  ୫୧ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୯ ଙ୍କୁ ଚସମା ଦିଆ ଗଲା, ମୋଟ ୧୮ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା  ଓ ଆଜି ୧୮ ଜଣ ଙ୍କୁ ଅସ୍ତ୍ର ପଚାର ସହିତ ଯାତାୟାତ,ଖାଦ୍ୟପେୟ,ଔଷଧ ଓ କଳା ଚଷମା ଆବଶ୍ୟକ ଅନୁସାରେ ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା ମୁଖ୍ୟ ହସ୍ପିଟାଲ ପକ୍ଷରୁ କରାଗଲା. ୭ ଜଣ ଙ୍କର ରେଟିନା ଚେକ ଅପ କରଗଲା.

_ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କର୍ମକର୍ତ୍ତାଗଣ  ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ଭଗବାନ ପଣ୍ଡା (ଚିଫ ଅପଟୋମେଟ୍ରିଷ୍ଟ), ମିସ ସୁନିତା ଗୌଡ଼, ମିସ ରୋଜା ପ୍ରଧାନ(ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢି ଶିବିର କୁ ପରିଚାଳନା କରିଥିଲେ.

Leave a Reply

Your email address will not be published. Required fields are marked *