ରାଜ୍ୟ

ରାଜନଗର ହଂସୁଆ ସେତୁ ବିପଦରେ.

କେନ୍ଦ୍ରାପଡ଼ା //ରାଜନଗର.

 ରାଜନଗର ବ୍ଲକ ବର୍ତ୍ତମାନ ବିପଦରେ, ଏହି ବ୍ଲକ କୁ କୌଣସି ସ୍ଥଳ ପଥ ରାସ୍ତା ନାହିଁ, ଚାରିଆଡେ ଘେରି ରହିଛି ହଂସୁଆ ନଦୀ ! ବ୍ଲକର ଏକମାତ୍ର ପ୍ରବେଶ ଦ୍ୱାର ହେଲା ହଂସୁଆ ନଦୀର ଉପରେ ନିର୍ମାଣ ହୋଇଥିବା ପୋଲ,ଅନ୍ୟ କୌଣସି ବାଟ ନାହିଁ ଏହି ବ୍ଲକ ଭିତରକୁ ପ୍ରବେଶ କରିବାକୁ !  ଯୁଆଡେ ବି ଗଲେ ଏହି ପୋଲ ଦେଇ ଯିବାକୁ ହେବ ! ଏକ ମାତ୍ର ଏହି ପୋଲ ଉପରେ ଭରସା କରନ୍ତି ବ୍ଲକର ୨୯ ଟି ପଞ୍ଚାୟତର ବାସିନ୍ଧା, ସମେତ ଜାତୀୟ ଉଦ୍ୟାନ ଭିତରକନିକା ! ଏବଂ ଏହି ପୋଲ ଦେଇ ଅନେକ ନେତା ମନ୍ତ୍ରୀଙ୍କ ସୁଅ ଛୁଟେ ରାଜନଗର ବ୍ଲକ କୁ! ଏବଂ ଏହି ପୋଲ ଦେଇ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଯାଇଥାନ୍ତି ଭିତରକନିକା ଜାତୀୟ ଉଦ୍ୟାନକୁ ! ଏହି ପୋଲର ଆରମ୍ଭ ମୁଣ୍ଡରେ ରହିଛି ରାଜନଗର ମାର୍କେଟ ଯାହା ସମ୍ପୂର୍ଣ୍ଣ ହଂସୁଆ ନଦୀକୁ ଲାଗିଛି କିନ୍ତୁ ଆଜି ଏହି ପୋଲ ବିପଦ ମୁଖରେ ! ନିକଟରେ ନଦୀ କୁଳକୁ ଖାଇ ଆସୁଥିଲା ଯାହା ଫଳରେ ରାଜନଗର ଅଞ୍ଚଳ ବାସୀ ଏବଂ ସମ୍ପୂର୍ଣ୍ଣ ୨୯ ପଞ୍ଚାୟତ ଲୋକ ଙ୍କ ଜୀବନ ବିପଦରେ ଥିଲା କାରଣ ନଦୀ କୂଳ ଖାଉଥିବାରୁ ଏହି ହଂସୁଆ ସେତୁ ଉପରେ ବିପଦ ଘନାଉଥିଲା ସେଥିପାଇଁ 2011 ରୁ 12 ମସିହା ମଧ୍ୟରେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଏହି ହଂସୁଆ ନଦୀ କୂଳରେ ପଥର ପ୍ୟାକିଙ୍ଗ କରିଥିଲା ! ପଥର ପ୍ୟାକିଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥିବା ସମୟରେ ଏହାର ଲନଚିଙ୍ଗ ହୋଇନଥିଲା କେବଳ ପଥର ପ୍ୟାକିଙ୍ଗ ହୋଇଥିଲା, ଜଳ ସମ୍ପଦ ବିଭାଗର ଖାମଖିଆଲି କାର୍ଯ୍ୟ ପାଇଁ ଆଜି ନଦୀ ଭିତରକୁ ଭୁଶୁଡି ଗଲା ୮0 ଫୁଟ ର ପଥର ପ୍ୟାକିଙ୍ଗ! ଯାହା ଫଳରେ ରାଜନଗର ଅଞ୍ଚଳ ଏବଂ ହଂସୁଆ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲ ବିପଦ ମୁଖରେ ! ଆଗରୁ ବି ଏଭଳି ବେପରୁଆ କାର୍ଯ୍ୟ କରିସାରିଛି  ରାଜନଗର ଜଳ ସମ୍ପଦ ବିଭାଗ, ପୂର୍ବରୁ ରାଜନଗର ହରିଜନ ସାହିରେ ନିର୍ମାଣ ହୋଇଥିଲା ପଥର ପ୍ୟାକିଙ୍ଗ କାର୍ଯ୍ୟ ! ଏହି ପଥର ପ୍ୟାକିଙ୍ଗରେ ଲକ୍ଷାଧିକ ଟଙ୍କା ହରି ଲୁଟ ହୋଇଥିଲା ହେଲେ କାମ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଥିଲା ! ଯାହା ବିରୁଦ୍ଧରେ ଶତାଧିକ ମହିଳା ଜଳ ସମ୍ପଦ ବିଭାଗ   କାର୍ଯ୍ୟାଳୟ ଘେରାଉ କରିଥିଲେ, ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ଶେଷ ହୋଇନାହିଁ  , କିନ୍ତୁ ବିଲ ଉଠା ସରିଛି ! ଏଭଳି ନିମ୍ନ ମାନର ପଥର ପ୍ୟାକିଙ୍ଗ ବାରମ୍ବାର କରୁଛି ରାଜନଗର ଜଳ ସମ୍ପଦ ବିଭାଗ ! ଯାହା ଏବେ ରାଜନଗର ପାଇଁ ବିପଦ ସୃଷ୍ଟି କରିଛି ! ଆଗକୁ ରାଜନଗର ସୁରକ୍ଷା ରେ ରହିବ କି ନାହିଁ ତାହା ଏବେ ଅଞ୍ଚଳ ବାସୀଙ୍କୁ ଡରାଉଛି ! ଅନ୍ୟ ପଟେ ଏହି ନଈ ଖାଇଥିବା ସ୍ଥାନ କୁ ରାତି ଅଧିଆ ଲୁଚାଣିଆରେ ବାଲିବସ୍ଥା ପକା ଯାଉଛି, ବାଲିବସ୍ଥା ପକେଇ ସ୍ଥାନୀୟ ନେତାମନ୍ତ୍ରୀ ଏହାର ବଡ଼ ବିଲ କରି ସମ୍ପୂର୍ଣ୍ଣ ଅର୍ଥ ଲୁଟ କରିବା ପାଇଁ ଯୋଜନା ଚାଲିଛି ଯାହା ଏବେ ଚର୍ଚ୍ଚା ହେଉଛି ! ଗୋଟିଏ ପଟେ ରାଜନଗର ବାସୀଙ୍କ ଜୀବନ ଅନ୍ୟ ପଟେ ନେତା ମନ୍ତ୍ରୀ ମାନଙ୍କର ଏଭଳି ଅମାନସିକ କାର୍ଯ୍ୟ ଲୋକ ମାନଙ୍କୁ ବ୍ୟଥିତ କରୁଛି !

Leave a Reply

Your email address will not be published. Required fields are marked *