ଦୁଇ ଅଙ୍ଗନୱ୍ୱାଡି କେନ୍ଦ୍ର ଜଳବନ୍ଦୀ
ନୂଆପଡ଼ା:(ବିରବଲ ପ୍ରଧାନ)ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ପଞ୍ଚାୟତ ବେଲଗାଁରେ ଥିବା ୨ଟି ଅଙ୍ଗନବାଡି କେନ୍ଦ୍ର ଜଳଘେରରେ ଥିବା
ଦେଖାଯାଇଛି l ସୂଚନାମୁତାବକ ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ତୀଖାଲି ଜଳ ପ୍ରକଳ୍ପ ଗେଟ ଖୋଲି ଦିଆଯାଇଥିବାରୁ
ବେଲଗାଁର କରୁଆଁପଡା ଓ କେତକିପଡାରେ ଥିବା ୨ଟି ଅଙ୍ଗନବାଡି କେନ୍ଦ୍ର ପାଣି ଘେରରେ ରହିଥିଲାବେଳେ ରାସ୍ତା ମଧ୍ୟ ପାଣିରେ
ବୁଡି ଯାଇଥିଲା l ଖବର ପାଇ ସ୍ଥାନୀୟ ସରପଞ୍ଚ କ୍ଷୀରସିନ୍ଧୁ ଭୋଇଓୱାର୍ଡ ମେମ୍ବର ଅଙ୍ଗନବାଡି କେନ୍ଦ୍ରରେ ଥିବା ଶିଶୁ ଓ ଅଙ୍ଗନବାଡି
ଦିଦିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ଏହି ଦୁଇ ଅଙ୍ଗନବାଡି କେନ୍ଦ୍ର ତିନି ବର୍ଷ ତଳେ ନିର୍ମାଣ ହୋଇଥିବାବେଳେ କିପରି
ବୁଡି ଅଞ୍ଚଳରେ ଏହା ନିର୍ମାଣ ହେଲା ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ଶୃଷ୍ଟି ହେଉଛି l ଏହାର ଉଚ୍ଚସ୍ତରୀୟ ତଦନ୍ତ
କରିବାକୁ ପଞ୍ଚାୟତବାସୀଙ୍କ ତରଫରୁ ସରପଞ୍ଚ ଶ୍ରୀ ଭୋଇ ଦାବି କରିଛନ୍ତି l ଏନେଇ କୋମନା ବିଡ଼ିଓ ସୁଶାନ୍ତ ରଣାଙ୍କୁ ପଚାରିବାରୁ
ଏ ବିଷୟରେ ଖବର ପାଇଛି ତଦନ୍ତ କରି ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।