ସେମିଳିଗୁଡା ମହାବିଦ୍ୟାଳୟରେ ରକ୍ତ ଦାନ ଶିବିର ୫୪ ୟୁନିଟ ରକ୍ତ ସଗ୍ରହ
ସେମିଳିଗୁଡା :ଆଜି ସେମିଳିଗୁଡା ମହାବିଦ୍ୟାଳୟରେ ୟୁଥ ରେଡ଼କ୍ରସ,ଏନଏସଏସ ଏବଂ ଏଚଡ଼ିଏଫସି ବ୍ୟାଙ୍କର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ନୀଳାଞ୍ଚଳ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ପରିଚାଳନା ସମିତି ସଭାପତି ଡ଼.ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ କୋରାପୁଟ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବା ସମୟରେ ଏପରି ଏକ ସାଧୁ ଉଦ୍ୟମ କରିଥିବାରୁ ଆୟୋଜକମାନଙ୍କୁ ପ୍ରସଂଶା କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ ଶିବିରରେ ବହୁ ସଂଖ୍ୟକ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ।ଏଥିରେ 54 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ରକ୍ତ ଭଣ୍ଡାର ଅଧିକାରୀ ଡ଼.ମଧୁସୂଦନ ବଳିୟାରସିଂ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା,ସମାଜସେବୀ ସୈଖ ଇବ୍ରାହିମ,ବ୍ୟାଙ୍କ କର୍ମଚାରୀ ମାନଗୋବିନ୍ଦ ପଣ୍ଡା,ବନମାଳୀ ସାହୁ,ଶର୍ମିଷ୍ଠା ପାତ୍ର,ଅଧ୍ୟାପିକା ଡ଼.ଝାନ୍ସି ସିଂହ,ଦେବରାଜ ନାୟକ,ହରପ୍ରସାଦ ପତି,ଗୀତା ପଟ୍ଟନାୟକ,ଜ୍ୟୋତ୍ସ୍ନା ଦାସ,ପ୍ରୀତିଶ ବେହେରା,ରମେଶ ମଲ୍ଲିକ,ପ୍ରବୋଧ ମଲ୍ଲିକ,ଆଲୋକ ମହାନ୍ତି ତଥା ଏନଏସଏସ ଏବଂ ରେଡ଼କ୍ରସ ସ୍ବେଚ୍ଛାସେବୀମାନେ ଶିବିରରେ ଯୋଗଦେଇ ସହଯୋଗ କରିଥିଲେ । ଉକ୍ତ ଶିବିରକୁ ଏନଏସଏସ ଅଫିସର ଶ୍ରୀ ଶିବାଶିଷ ପଟ୍ଟନାୟକ,ଶ୍ରୀମତୀ ବାସନ୍ତୀ ଶ୍ରୀ ଏବଂ ରେଡ଼କ୍ରସ କାଉନ୍ସେଲର ଡ. ବିଦ୍ୟୁତପ୍ରଭା ରାଉତ ପରିଚାଳନା କରିଥିଲେ