ଚେନ୍ନାଇ ଏନଏସଆଇସି ଟେକନିକାଲ ସର୍ଭିସ ସେଣ୍ଟର ପରିଦର୍ଶନ କଲେ ଏନଏସଆଇସି ଡ଼ାଇରେକ୍ଟର କାଳନ୍ଦି ସାମଲ
ତାଳଚେର:ତା୧୦/୦୮: ବିଜେପି ର ବରିଷ୍ଠ ନେତା ତଥା ଏସ ଏସ ଆଇ ସି ର ଡ଼ାଇରେକ୍ଟର କାଳନ୍ଦି ସାମଲ ତିନିଦିନିଆ ଚେନ୍ନାଇ ଗସ୍ତ କରି ପ୍ରଥମ ଦିନରେ ଗୁରୁବାର ଦିନ ଚେନ୍ନାଇ ସ୍ଥିତ ଏନଏସଆଇସି ଟେକନିକାଲ ସର୍ଭିସ ସେଣ୍ଟର ପରିଦର୍ଶନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଆତ୍ମନିର୍ଭର ଭାରତ ରେ ଏହି ସେଣ୍ଟର ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି।ପ୍ରତିବର୍ଷ ଏହି ସେଣ୍ଟର ରୁ ୯୦୦୦ ପିଲା ଉଦ୍ୟୋଗୀ ହୋଇ ସାର୍ଟିଫିକେଟ ପାଉଛନ୍ତି ଏବଂ ସେମାନେ ନିଜେ ଉଦ୍ୟୋଗୀ ହେବା ସହ ରୋଜଗାର ଯୋଗାଇବାର ମାଧ୍ୟମ ସୃଷ୍ଟି କରୁଛନ୍ତି ଏବଂ ଅନେକ ପିଲା ମଧ୍ୟ ଚାକିରୀ କରୁଛନ୍ତି, ଭାରତ ସରକାର ଙ୍କର ଉକ୍ତ ଅନୁଷ୍ଠାନ ର ଉତ୍ତରୋତ୍ତର କାମନା କରିଥିଲେ ଶ୍ରୀ ସାମଲ।ଚେନ୍ନାଇ ରେ ପହଂଚିବା ପରେ ଶ୍ରୀ ସାମଲ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଆଜିର ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ ଏନଏସଆଇସି ଟେକନିକାଲ ସର୍ଭିସ ସେଣ୍ଟର ର ମୁଖ୍ୟ ୟୁ ଭେଙ୍କଟଚାଲାପତି,ଜେନେରାଲ ମ୍ୟାନେଜର ବିନୟ କୁମାର ପ୍ରସାଦ, ଏନ କେ ସୁବ୍ରମଣି, ଆର ଵାଲା ସୁବ୍ରମନ୍ୟମ, ଏସ ଶାନ୍ତି, ଥିରୁନା କାରସୁ, ଅରୂଲ ପ୍ରଭାକର, କ୍ରିଷ୍ଣ କୁମାର ଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ।