ରାଜ୍ୟ

ପଶୁ ବିଭାଗ ଚିର ନିଦ୍ରାରେ…
ସ୍ବେଚ୍ଛାସେବୀ ଓ ଅଗ୍ନିଶମ ବିଭାଗଙ୍କ ମିଳିତ ଉଦ୍ୟମରେ ଆହତ ଷଣ୍ଢର ଚିକିତ୍ସା

ବୁଧବାର ରାତ୍ର ଅରବିନ୍ଦ ନଗର ୩ୟ ଗଳି ମୁଖ୍ୟ ରାସ୍ତାରେ ଏକ ଷଣ୍ଢ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ସମାଜସେବୀ ତଥା ସାମ୍ୱାଦିକ ମନୋଜ କୁମାର ପଣ୍ଡାଙ୍କ ନଜରକୁ ଆସିଥିଲା। ସେ ହତ୍ ବାକ୍ ହୋଇ କାଳବିଳମ୍ୱ ନକରି ଘଟଣା ସଂମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ପଶୁ ସହାୟକ ନମ୍ୱର ୧୯୬୨କୁ ଜଣାଇଥିଲେ। କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ପଶୁ ଚିକିତ୍ସାଳୟ କିମ୍ବା ପଶୁ ସହାୟତା ଆମ୍ବୁଲାନ୍ସ ନମ୍ବର (୧୯୬୨) ମଧ୍ଯ କର୍ଣ୍ଣପାତ କରିନଥିଲା। ଫଳରେ ସମାଜସେବୀ ଶ୍ରୀ ପଣ୍ଡା ପଶୁସେବାରେ ନିୟୋଜିତ ଥିବା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଉକ୍ତ ଷଣ୍ଢର ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଥିଲେ। ତୁରନ୍ତ ପଶୁପ୍ରେମୀ ଚୌଧୁରୀ ପଶୁ ଚିକିତ୍ସାଳୟର ସହଯୋଗ କାମନା କରିଥିଲେ ମଧ୍ୟ କୈାଣସି ସନ୍ତୋଷ ଜନକ ଉତ୍ତର ନପାଇବା ଫଳରେ ସେ ସ୍ଵେଚ୍ଛାସେବୀ ମନୋରଞ୍ଜନ ସାବତ ଓ ମନୋଜ ତରେଇଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀ ସାବତ ଓ ତରେଇଙ୍କ ସମେତ ବହୁ ସ୍ଵେଚ୍ଛାସେବୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଷଣ୍ଢଟିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଷଣ୍ଢଟିକୁ କାବୁ କରିବା କଷ୍ଟକର ହେବାରୁ ଅଗ୍ନିଶମ ବିଭାଗକୁ ଅବଗତ କରାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚରୀ ପହଞ୍ଚି ଷଣ୍ଢକୁ ଆୟତ୍ତ କରିବା ପରେ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ପଶୁ ଚିକିତ୍ସାଳୟର ଆବଶ୍ୟକତା ରହିଛି। ଅନ୍ୟଥା ଷଣ୍ଢଟିର ଜୀବନ ପ୍ରତି ବିପଦ ଥିବା ଦେଖାଦେଇଛି। ଏଥିରେ ସ୍ଵେଚ୍ଛାସେବୀ ଆୟୁଷ୍ମାନ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *