ରାଜ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖ କୁ ସର୍ବ ଭାରତୀୟ ସ୍ତରରେ ସହିଦ ଦିବସ ଭାବେ ପାଳନ

୩୦.୦୧.୨୦୨୩ ନବରଙ୍ଗପୁର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖ କୁ ସର୍ବ ଭାରତୀୟ ସ୍ତରରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ମହାତ୍ମା ଗାନ୍ଧୀ ଙ୍କୁ ନାଥୁରାମ ଗଡ଼ସେ ଗୁଳି କରି ହତ୍ୟା କରିଥିଲେ । ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ସର୍ବ ଭାରତୀୟ ସ୍ତରରେ, ବିଭିନ୍ନ ଅନୁଷ୍ଠାନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଅହିଂସା ଓ ଶାନ୍ତି ଦିବସ ରୂପେ ପାଳନ କରାଯାଉଅଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଲିମ ଗ୍ରହଣ କରୁଥିବା ପ୍ରାଶାସନିକ ଅଧିକାରୀ ନୈବେଦ୍ୟ କୁମାର ଭୋଇ, ଅନୁପମ ଆଚାର୍ଯ୍ୟ, ସୌଦାମିନୀ ମାଝୀ, ମାନସ ପାଣିଗ୍ରାହୀ, ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ

Leave a Reply

Your email address will not be published. Required fields are marked *