ରାଜ୍ୟ

ପରିତ୍ୟକ୍ତ ଅବସ୍ଥାରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ

କାର୍ଯ୍ୟକ୍ଷମ କରିବାକୁ ତହସିଲଦାର ଙ୍କ ପ୍ରତିଶ୍ରୁତିନବରଙ୍ଗପୁର- ନୂତନ ଭାବେ ନିର୍ମାଣ ହୋଇଛି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ,କିନ୍ତୁ ଅଧିକାରୀ ଙ୍କ ଦେଖା ନାହିଁ କି କୌଣସି ପ୍ରକାର କାର୍ଯ୍ୟ ବି ନାହିଁ ।ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଛି କାର୍ଯ୍ୟାଳୟ ,କାର୍ଯ୍ୟରେ ଆସୁ ନ ଥିବା ଫଳରେ ନୂତନ ଭାବେ ନିର୍ମିତ ଗୃହ ପରିତ୍ୟକ୍ତ ଅବସ୍ଥାରେ ।ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତର ସିନ୍ଧିଗୁଡା ଗ୍ରାମରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ।ଏଠାରେ ନିର୍ମିତ ହୋଇଛି ରାଜସ୍ୱ ନିରୀକ୍ଷକ ପାଇଁ କାର୍ଯ୍ୟ କରିବା ନିମନ୍ତେ କାର୍ଯ୍ୟାଳୟ । କିନ୍ତୁ ଏଠାରେ କାର୍ଯ୍ୟ ନ ହୋଇ ପାପଡାହାଣ୍ଡି ଠାରେ ରାଜସ୍ୱ କାର୍ଯ୍ୟ ଚାଲିଛି । ଏ ଅଞ୍ଚଳର ଅନେକ ଜମିଜମା କାର୍ଯ୍ୟ ହେଉ ,ଛାତ୍ରଛାତ୍ରୀ ମାନଙ୍କ ପ୍ରମାଣ ପତ୍ର ,ଓ ବିଭିନ୍ନ କାର୍ଯ୍ୟ ନିମନ୍ତେ ନୂଆକୋଟ ଅଞ୍ଚଳରୁ ଦୀର୍ଘ ୨୦ ରୁ ୩୦ କିମି ପାପଡାହାଣ୍ଡି ଯିବାକୁ ପଡୁଛି । ଏ ଅଞ୍ଚଳ ବାସୀ ରାଜସ୍ୱ କାର୍ଯ୍ୟ ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।ସୂଚନା ପ୍ରକାରେ ପ୍ରଥମେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଚେରଚେଟା ଠାରେ ଥିଲା ।ଏ ଅଞ୍ଚଳ ର ଲୋକ ନିଜ କାର୍ଯ୍ୟ ନିମନ୍ତେ ଚେରଚେଟା କୁ ଯାଉଥିଲେ । ପରବର୍ତ୍ତୀ ସମୟରେ ଚେରଚେଟା କୁ ବିଭକ୍ତ କରି ନୂଆକୋଟକୁ ଆଉ ଏକ କାର୍ଯ୍ୟାଳୟ ଭାବେ ଚୟନ କରାଗଲା । ଆଉ ନୂଆକୋଟ ସିନ୍ଧିଗୁଡା ଠାରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ କରାଗଲା । କିନ୍ତୁ ଗୃହ ନିର୍ମାଣ ହେଲା ପରେ ମଧ୍ୟ ଅଧିକାରୀଙ୍କ ଏଠାରେ ଦେଖା ନାହିଁ ।ଏଅଞ୍ଚଳର ଲୋକେ ରାଜସ୍ୱ କାର୍ଯ୍ୟ ଏଠାରେ ଭାବି ଖୁସି ହୋଇଥିଲେ କିନ୍ତୁ ଆଜିବି ପାପଡାହାଣ୍ଡି ଯିବାକୁ ପଡୁଛି ବୋଲି କହିଛନ୍ତି ଅଞ୍ଚଳ ବାସୀ ।ଜଣେ ରାଜସ୍ୱ ନିରୀକ୍ଷକ ଚେରଚେଟା ଓ ନୂଆକୋଟ ନିମନ୍ତେ କାର୍ଯ୍ୟ କରୁଛନ୍ତି ତା ପୁଣି ପାପଡାହାଣ୍ଡି ଠାରେ । ସରକାର ନୂଆକୋଟ ଠାରେ ରାଜସ୍ୱ ଗୃହ ନିର୍ମାଣ ତ କଲେ କିନ୍ତୁ ଦୁଃଖର ବିଷୟ ଯେ ଏଠାରେ କୌଣସି ଅଧିକାରୀ ନ ରହିବା ଯୋଗୁଁ ନୂତନ ଭାବେ ନିର୍ମିତ ଗୃହ ପରିତ୍ୟକ୍ତ ହୋଇ ରହିଛି ଓ ଅଞ୍ଚଳବାସୀ ରାଜସ୍ୱ କାର୍ଯ୍ୟ ପାଇଁ ଦୀର୍ଘ ୨୦ରୁ ୩୦ କିମି ଯିବାକୁ ପଡୁଛି । ରାଜସ୍ୱ ଗୃହ ତ ପ୍ରଶାସନ ଦେଲେ ଏଠାରେ ନିରୀକ୍ଷକ ଅଧିକାରୀ ଜଣକୁ ଦାୟିତ୍ୱ ଦିଆଯାଉ ବୋଲି ଅଞ୍ଚଳବାସୀ ପ୍ରଶାସନଙ୍କୁ ଦାବି କରିଛନ୍ତି । ଏନେଇ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କୁ ଯୋଗାଯୋଗ କରିବାରୁ କହିଲେ ,ବର୍ତ୍ତମାନ ଆମ ପାଖରେ ଷ୍ଟାଫ ନାହାଁନ୍ତି , ଶୀଘ୍ର ସେଠାରେ ଜଣେ ଆର ଆଇ କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଏହି ଖବର ପ୍ରସାରଣ ପରେ ପ୍ରଶାସନ କେବେ ଏହାର ସମାଧାନ କରୁଛି ।

Leave a Reply

Your email address will not be published. Required fields are marked *