ଖଣିଜ ଅନଲୋଡ଼ିଂ ରେ କେନ୍ଦୁଝର ଟ୍ରକ୍ ପଛରେ,ପାରାଦୀପ ଟ୍ରକ୍ ଆଗରେ ,,,ସକ୍ରିୟ ଦଲାଲ ଙ୍କୁ ଆୟତ୍ତ କରିବାକୁ ଯୋଡା ସଂଘ ପକ୍ଷରୁ ଦାବୀ,,,
ଯୋଡା:(ପର୍ଯ୍ୟବେକ୍ଷକ)କେନ୍ଦୁଝର ଜିଲ୍ଲା ଯୋଡା, ବଡବିଲ ଅଞ୍ଚଳ ଟି ଖଣି ଅଞ୍ଚଳ ହୋଇଥିବାରୁ ଏଠାକାର ପ୍ରାୟ ଆଧିକାଂଶ ଲୋକ ଗାଡି କରି ଖଣିଜ ପରିବହନକୁ ଏକ ମାଧ୍ୟମ କରିଛନ୍ତି, ରୋଜଗାର ର ମୁଖ୍ୟ ପନ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ, ହେଲେ ବେଳେ ବେଳେ ଏହି ଗାଡି ହିଁ ଗାଡି ମାଲିକ ମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା ର କାରଣ ପାଲଟି ଯାଉଚି, ଠିକ୍ ସମୟରେ ଲୋଡିଂ କରିବା ଏବଂ ଠିକ୍ ସମୟରେ ଅନଲୋଡିଂ କରିବା ଦ୍ୱାରା ହିଁ ଗାଡି ମାଲିକ ମାନଙ୍କୁ ଆର୍ଥିକ ଭାରସାମ୍ଯ ରେ ସାହାଯ୍ଯ କରିଥାଏ ହେଲେ ଯୋଡା ତଥା କେନ୍ଦୁଝର ଜିଲ୍ଲାରୁ ବାହାର ଜିଲ୍ଲା କୁ ଯାଉଥିବା ଗାଡି ଗୁଡିକ ଠିକ୍ ସମୟରେ ଅନଲୋଡିଂ ନ କରିବାରୁ ବିଭିନ୍ନ ପ୍ରକାର ଅସୁବିଧା ହେଉଛି, ଖାଲି ଗାଡି ମାଲିକ ନୁହଁ ଏଥିରେ ଗାଡି ଚାଳକ ମାନଙ୍କୁ ମଧ୍ଯ ନାନା ପ୍ରକାର ନିର୍ଯାତନା ସହିବାକୁ ପଡୁଛି, ଏମିତି ଘଟଣା ଘଟୁଛି ପାରାଦୀପ ଅନଲୋଡିଂ ପଏଣ୍ଟ ରେ, ମିଳିଥିବା ସୂଚନା ଅନୁଯାୟୀ ଯୋଡା, ବଡବିଲ ଓ କୋଇଡା ଖଣି ଅଞ୍ଚଳ ରୁ ପାରାଦୀପ କୁ ପରିବହନ କରୁଥିବା ଟ୍ରକ୍ ମାଲିକ ମାନେ ଦଲାଲ୍ ମାନଙ୍କ ଯୋଗୁଁ କାର୍ଯ୍ୟ ହରା ହେବା ସହିତ ଆର୍ଥିକ କ୍ଷତି ସହୁ ଥିବା ନେଇ କେନ୍ଦୁଝର କୋର କମିଟି ଓ କୋଇଡା ଟ୍ରକ୍ ମାଲିକ ସଙ୍ଘ ଅଭିଯୋଗ ଆଣିଛି ।ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ,ଉକ୍ତ ଖଣି ଅଞ୍ଚଳରୁ ଖଣିଜ ପରିବହନ କରି ଟ୍ରକ୍ ଗୁଡ଼ିକ ପାରାଦୀପ ଗନ୍ତବ୍ୟ ସ୍ଥଳ କୁ ଯାଇ ଥାଆନ୍ତି ।ସେଠାରେ ଖଣିଜ କୁ ଖୋଲ।ସ କରିବା ପାଇଁ ଲାଇନ ରେ ପ୍ରାୟ ୧୦ରୁ ୧୨ଦିନ ରହିବାକୁ ପଡିଥାଏ ।ତେବେ ଏହି କାରଣରୁ ଉକ୍ତ ଟ୍ରକ୍ ଗୁଡ଼ିକ କାର୍ଯ୍ୟ କମ୍ ପାଉଥିବା ସଙ୍ଘ ପକ୍ଷରୁ ସୂଚନା ମିଳିଛି ।ଅପର ପକ୍ଷରେ କିଛି ପାରାଦୀପ ଅଞ୍ଚଳ ର ଟ୍ରକ୍ ମାଲିକ ମାନେ ସ୍ଥାନୀୟ କିଛି ଦଲାଲ୍ ମାନଙ୍କୁ ଧରି ଲାଇନ ରେ ନ ରହି ଓଭର ଟେକ୍ କରି ବହୁ ଜଲଦି ଖଣିଜ ଖଲାସ କରି ପୁନର୍ବାର ଖଣିଜ ବୋଝେଇ କରିବ। ପାଇଁ ଫେରି ଆସୁଛନ୍ତି ।ଯାହାଦ୍ଵାରା ସେମାନଙ୍କ ର ଖଣିଜ ପରିବହନ ଟ୍ରିପ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯେଉଁମାନେ ଦୀର୍ଘ ଦିନ ଧରି ଲାଇନ ରେ ରହି ଖଲାସ କରୁଛନ୍ତି ,ସେମାନଙ୍କ ଖଣିଜ ପରିବହନ ଟ୍ରିପ ସଂଖ୍ୟା କମି ଯାଉଛି ।ଏଥି ଯୋଗୁଁ ଟ୍ରକ୍ ମାଲିକ ମାନେ କାର୍ଯ୍ୟହର। ହୋଇ ଆର୍ଥିକ କ୍ଷତି ସହୁ ଛନ୍ତି ।ଗୁରୁବାର ନାରଦପୁର ଠାରେ ଏ ନେଇ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଯାଞ୍ଚ କରା ଯିବା ପରେ ଏହି ଘଟଣା ସାମ୍ନା କୁ ଆସିଥିବା ଯୋଡା ଟ୍ରକ୍ ମାଲିକ ସଙ୍ଘ ସମ୍ପାଦକ ସୁଶାନ୍ତ କୁମାର ବାରିକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଆଇ ଥ୍ରୀ ଏମ୍ଏସ ଜରିଆରେ ଯାଞ୍ଚ କରାଯିବାରୁ ଦଶ ଦିନ ମଧ୍ୟରେ କିଛି ଟ୍ରକ୍ ଗୁଡ଼ିକ ୨ରୁ ୩ଟ୍ରିପ୍ କରିଥିବା ଜଣା ପଡିଥିଲା ।ଏହ। ଓଭର୍ଟେକିଂ କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇଥିବା ସେ କହିଥିଲେ ।ପାରାଦୀପ ଅଂଚଳରେ ଟ୍ରକ୍ ଗୁଡ଼ିକ ଖଲାସ କରିବା ପାଇଁ ଦୀର୍ଘ ଦିନ ଲାଇନ ରେ ଠିଆ ହୋଇ ରହିଥିବାରୁ ସେଠାରେ ଟ୍ରକ୍ ଡ଼୍ରାଇଭର ମାନେ ଆକ୍ରମଣ ର ଶିକାର ହେବା ସହିତ ସେମାନଙ୍କ ଠାରୁ ମୋବାଇଲ, ଟଙ୍କା,ଡିଜେଲ ଆଦି ଚୋରି ହେଉଥିବା ଜଣାପଡିଛି ।ଏଣୁ ଡ୍ରାଇଭର ମାନେ ଏହି ଦୁର୍ଦ୍ଦଶା ର ଶିକାର ହେଉଥିବାରୁ ଓଡ଼ିଶା ଡ୍ରାଇଭର ମହାସଂଘ କୁ ମଧ୍ୟ ଘଟଣା ସମ୍ପକରେ ଅବଗତ କରା ଯାଇଥିବା ବାରିକ ସୂଚନା ଦେଇଛନ୍ତି ।