ରାଜ୍ୟ

ଚଣ୍ଡିଖୋଲ ଛକର ମୁଖ୍ୟ ସମସ୍ୟା ପାଲଟିଛି ଟ୍ରାଫିକ ବ୍ୟବସ୍ଥା ।

ଚଣ୍ଡିଖୋଲ ଛକ ହେଉଛି ଜନଗହଳି ପୂର୍ଣ୍ଣ ସ୍ଥାନ । ଏହାକୁ ଚାରିଛକ ମଧ୍ୟ କୁହାଯାଏ କାରଣ ଚଣ୍ଡିଖୋଲ ଜାତୀୟ ରାଜପଥ ରେ ଯାତାୟାତ ପାଇଁ ଚାରିଦିଗକୁ ରାସ୍ତା ରହିଛି । ପ୍ରତେକ ଦିନ ବହୁଲୋକ ଏ ଛକ କୁ ଆସନ୍ତି । ପାରାଦୀପ ବନ୍ଦର କୁ ବହୁ ସଂଖ୍ୟକ ଯାନ ବାହାନ ପ୍ରତେକ ଦିନ ଚଳାଚଳ ହୁଏ । ବହୁ ବେବସାୟୀ ମାନେ ମଧ୍ୟ ଏଇ ଛକ ଉପରେ ନିର୍ଭରଶୀଳ କିନ୍ତୁ ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଚଣ୍ଡିଖୋଲ ଛକ କାରଣ ଚାରି ଦିଗକୁ ସଂଯୋଗ କରୁଥିବା ରାସ୍ତା ଟିକୁ ପ୍ରଶାସନ ତରଫରୁ ବନ୍ଦ କରି ଦିଆଯାଇଛି ଯାହା ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ ମାନେ ଯେପରିକି ଯାତ୍ରୀ ମାନେ ବସ୍ ରେ ଆସିଲେ ବହୁ ପୂର୍ବରୁ ବସ୍ ରହିଯାଉଛି ତେଣୁ ସେମାନଙ୍କୁ ବହୁ ବାଟ ଚାଲିବାକୁ ପଡୁଛି । ଲୋକମାନେ ବିପଦ ସଙ୍କୁଳ ଭାବରେ ଜାତୀୟ ରାଜପଥ କୁ ଅତିକ୍ରମ କରୁଛନ୍ତି। ବେବସାୟି ମାନକ ବେବସାୟ ଉପରେ ପ୍ରଭାବ ପଡିଛି।

NHI ଙ୍କ ତରଫରୁ ଯେଉଁ ଗଲି ପୋଲଟି ପର୍ଯ୍ୟଟକମାନଙ୍କ ପାଇଁ କରାଯାଇଥିଲା ତାହା ପରିତ୍ୟକ୍ତ ହୋଇ ପଡ଼ିରହିଛି।

Leave a Reply

Your email address will not be published. Required fields are marked *