ଖପ୍ରାଖୋଲ ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀ ରେ ଦାବୀପତ୍ର ପ୍ରଦାନ
ଖପ୍ରାଖଲ ୧୧/୮ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡ଼ିଥିବା ରୁ ତୁରନ୍ତ ପୁରଣ ଦାବିରେ ଅଞ୍ଚଳ ବାସୀ ତରଫରୁ ଏକ ଦାବିପତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଥିଲା। ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ହୋତା, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଦାବିପତ୍ର ର କପି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ଲୋକସଭା ସାଂସଦ ବଲାଙ୍ଗିର, ପାଟଣାଗଡ ବିଧାୟକ , ପାଟଣାଗଡ ଉପ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଜଣାଯାଇଛି। ସୂଚନା ଯୋଗ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉନ୍ନୀତ ପରେ ମଧ୍ୟ ବର୍ଷ ବର୍ଷ ଧରି ବିଭିନ୍ନ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡ଼ିଛି। ପୁରଣ ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲେ ବି ପୁରଣ ହେଉନାହି। ତୁରନ୍ତ ଖାଲି ପଦବୀ ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।