ରାଜ୍ୟ

୫ଟି ସଚିବ ପାଣ୍ଡିଆନ ଙ୍କ ପାଇଁ ଏତେ ଆଡମ୍ବର କାହିଁକି – ଯୁବ କଂଗ୍ରେସ ପ୍ରଶ୍ନ…

ପୁରୀରେ ଅନେକ ସମୟ ସ୍ୱାସ୍ଥ୍ୟ ଠାରୁ ନେଇ ବନ୍ୟା ଓ ବାତ୍ୟା ସହ ସରକାରୀ ଯୋଜନା ମାନ ସବୁ କିଛି ପୁରୀରେ ପଣ୍ଡ ହୋଇଛି | ପାନୀୟ ଜଳ ବ୍ୟବସ୍ଥା ରେ ଆଜିବି ଅନେକ ଗ୍ରାମ ପାନୀୟ ଜଳ ପାଇଁ ହନ୍ତଶାନ୍ତ – ବସ୍ତି ଥଇଥାନ ଓ ପଟ୍ଟା ଯୋଜନା ରେ ପୁରୀର ୨୦ହଜାର ରୁ ଉର୍ଧ ପରିବାର ଆଜି ଯୋଜନା ରୁ ମୁକ୍ତ ରହିଛନ୍ତି, ପୁରୀର ଭୂସମ୍ପତ୍ତି କୁ ନେଇ ଜନସାଧାରଣ ନିଜର ପରିଚୟ ପାଉ ନାହାନ୍ତି କେବେ ମିଳିବ ତାଙ୍କ ଜମିର ହକଦାର ସେଇ ଚିନ୍ତାରେ, ଅନେକ ଜମି ଜାଲିଆତି ଠାରୁ ସ୍ୱର୍ଗ ଦ୍ୱାର ଜମି ଦୁର୍ନୀତ୍ତି ହେଉ କିମ୍ବା – ସିପ ସରୁବାଲି ହେଉ – ମୂଷା ନାଇଁ ଜମି ହେଉ କିମ୍ୱା କାଜୁ ଜଙ୍ଗଲ ଜମି ଦୁର୍ନୀତି ହେଉ ସବୁଥିରେ ପୁରୀର ପରିଚୟ ଉପରେ ଆଙ୍ଗୁଳି ଉଠି ରହିଛି | ମୋ ପୁରୀ ର ଜନସାଧାରଣ ଙ୍କ ଠାରୁ ମନ୍ତବ୍ୟ ନେଲେ ସରକାର ଓ ପ୍ରଶାସନ ବୁଝିପାରନ୍ତେ କେତେଯେ ହନ୍ତସନ୍ତ ମୋ ପୁରୀ ବାସି – ଏଠି ବିନା କୁଜିନେତା ଏବଂ ବିନା ପିସି ରେ କୌଣସି କାର୍ଯ୍ୟ ହୁଏନାହିଁ | ହେଲେ ଏଠାରେ କୁହାଯାଏ ୫ଟି ସରକାର ସବୁ କରୁଛି ବଡ ବଡ ଷ୍ଟିଲ ହୋଡ଼ିଙ୍ଗ ରେ ସରକାରୀ ଯୋଜନା ଦେଖିଲେ ଲାଗେ ଯେମିତି ପୁରୀ ବିକଶିତ ହେଲେ ପୁରା ଅନ୍ଧାର ମଧ୍ୟରେ ଗୋଟେ ଛୋଟ ଦୀପ ର ଆଲୋକରେ ରହିଛି ଏହା ଉପରେ ସରକାର ଅବଗତ ନୁହନ୍ତି | ସବୁଠୁ ବଡ କଥା ଓଡିଶା ମାଟିର ଓଡ଼ିଆ ଙ୍କ ପରିଚୟ ଶ୍ରୀ ଜଗନ୍ନାଥ ମନ୍ଦିର ହେଲେ ସେଇ ମନ୍ଦିର ଆଜି କେତେ ସୁରକ୍ଷିତ ଏହା ପ୍ରତି ପ୍ରଶ୍ନ ଉଠିଛି | ପ୍ରଶ୍ନ ଏହା ବି ରହିଛି ମନ୍ଦିର ଭିତରେ ଅନେକ ମୂର୍ତ୍ତି ଚୋରି ହୋଇଛି ସେଥିରୁ ଗୋଟିଏ ହେଲା ସିଂହଦ୍ୱାର ଦଶଅବତାର ମୂର୍ତି ୧୦୦୦ ୧୦୦୦ ବର୍ଷ ର ମୂର୍ତି ଏବେ କୋଉଠି ତାର ଚିହ୍ନ ବର୍ଣ୍ଣ ନାହିଁ | ନବକଳେବର ଅନେକ ଦୁର୍ନୀତ୍ତି ସହ ବ୍ରହ୍ମ ବିଭ୍ରାଟ କଥା ଏବେବି ଚାପି ହୋଇ ରହିଲା | ରତ୍ନଭଣ୍ଡାର ସୁରକ୍ଷା କଥା ଏକ ପ୍ରଶ୍ନବାଚୀ ହୋଇ ରହିଛି  | ଏତେ ସବୁ ପରେବି ଶାସକ ଦଳ ନେତା ଚୁପ ଏବଂ ୫ଟି ସରକାର ଙ୍କ ୫ଟି ସଚିବ ଙ୍କ ପାଇଁ ନେତା ବାନ୍ଧୁଛି ଟେଣ୍ଡ କି ଗୁଲାମ ଗିରି ଏଠି ନେତା କରୁଛନ୍ତି ଜନସାଧାରଣ ବୁଝିବା ସମୟ ଆସିଲା | ଏଠି ବିଜେପି ବିଧାୟକ ମଧ୍ୟ ଚୁପ କାରଣ ଭୟ ରହୁଛି ବିଜେଡି ର ପ୍ରଶାସନିକ ରାଜୁତି ଉପରେ | ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଅନୁଯାଇ ମୁଁ ଆଲୋକ କୁମାର ଦାଶ ସାମ୍ବାଦିକ ମାନଙ୍କ ଦ୍ୱାରା ସରକାର ଓ ୫ଟି ସଚିବ ଙ୍କୁ ପ୍ରଶ୍ନ କରିବାକୁ ଚାହେଁ କଣ ମିଳିଛି ପୁରୀ ର ଜନସାଧାରଣ ଙ୍କୁ କାହିଁକି ଏତେ ଆଡମ୍ବର ୫ଟି ସଚିବ ଙ୍କ ପାଇଁ ? ଯୋଉଠି ଜନସାଧାରଣ ନିଜ ମୌଳିକ ଅଧିକାର ଠାରୁ ବଞ୍ଚିତ ସେଠି କାହିଁକି ହେଉଛି  ୫ଟି ସରକାର ଙ୍କ ସଚିବ ଅଧିବେଶନ ? କେବଳ ମୁଁ ନୁହଁ ପୁରୀର ଜନସାଧାରଣ ଙ୍କ ଏହା ପ୍ରଶ୍ନ ରହିଛି ହେଲେ ପୋଲିସ ଓ ପ୍ରଶାସନ ର ନାଲି ଆଖି ପାଇଁ ସବୁ ଚୁପ ରହିଛନ୍ତି | ବିରୋଧ ହେବ ଜୋରଦାର ହେବ ପୁରୀର ଜନସାଧାରଣ ଙ୍କୁ ତାଙ୍କ ମୌଳିକ ଅଧିକାର ପ୍ରଦାନ କରିବା ପରେ ପୁରୀ ଆସନ୍ତୁ ୫ଟି ସଚିବ ମହାଶୟ ଭିକେ ପାଣ୍ଡିଆନ 

Leave a Reply

Your email address will not be published. Required fields are marked *