ରାଜ୍ୟ

ସଡକ ଦୁର୍ଘଟଣାରେ ହରାଇଛନ୍ତି ଦୁଇ ଗୋଡ’ ଗୁଆ କାଟି ବିତୁଛି ପରିବାର ଜୀବନ*

ଭଗବାନ୍ ଙ୍କ ଏ କି ବିଚିତ୍ରା ଲିଳା ପ୍ରଭୁ କାହାକୁ ଧାରୁଛୁ ତ କାହାକୁ ମାରୁଛୁ ଜୀବନରେ କି ପାପ କରିଥିଲି ଏ ଦଶା ଭୋଗିବାକୁ ପଡୁଛି । ମାରି ଦେଲନି କାହିଁକି ଅଧା ମାରି ଛଟପଟ କରୁଛ ମୁଁ ତ ମରୁଛି ମରୁଛି ମୋ ସହିତ ପରିବାରକୁ ଜିଅନ୍ତା ଭୋକ ଉପାସରେ ମାରୁଛ କି ଦୋଶ କରିଥିଲି ମୋତେ ଏମିତି ଦଣ୍ତ ଦେଉଛ ପ୍ରଭୁ। ଏପରି ଏକ ଅସହାୟ ଘଟଣା ଯାହା ଲୋମହର୍ସକାରୀ ହୃଦୟବିଦାରକ ଛାତିପଟା ଦୃଶ୍ୟ ଆଜି ବି ମନେ ପଡିଲେ ଛାତି ଭିତରଟା ଭୟବିତ କମ୍ଫନରେ ଗୁଞ୍ଜରଣ ସୃଷ୍ଟି କରୁଛି । ଏପରି ଏକ ହୃଦୟ ବିଦାରକ କୋହଭରା ଘଟଣା ଯାହା ମାନସପଟକୁ ସବୁବେଳେ ଆନ୍ଦୋଳିତ କରିଥାଏ । ସେହିପରି ଏକ ଘଟଣା ଓ କରୁଣ ଅସହାୟ କାହାଣୀ ବିଗତ ଦିନରେ ଘଟିଯାଇଛି । ଏହି ଘଟଣାଟି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ପଞ୍ଚାୟତ ଅଧିନରେ ଥିବା ମଣ୍ତପ ସାହିରେ ଶରତ ଚନ୍ଦ୍ର ବାଇଙ୍କ ଘର । ପରିବାର କହିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ । ମା ସହିତ ସ୍ୱାମୀ, ସ୍ତ୍ରୀ ଓ ପୁଅ ଝିଅ ପରିବାର କହିଲେ ବୁଝାଏ । ଯେହେତୁ ପରିବାର ମୁଖ୍ୟ ଥିଲେ ତାଙ୍କ ଉପରେ ଘର ସମସ୍ତ ସଦସ୍ୟ ନିର୍ଭର କରିଥାନ୍ତି । ଚଳିବା କହିଲେ ଜରି (ପଲିଥିନି) ସହିତ ଅନ୍ୟାନ୍ୟ ଜିନିଷ ବିକ୍ରୀ କରି ଯାହା ଟଙ୍କା ବାହାରେ ସେଥିରେ ପରିବାର ପ୍ରତିପୋଷଣ କରିଆସୁଥିଲେ । ସେ ଦିନ  ତା ୩୦/୧୧/୨୦୨୨ ରିଖ ଚଣ୍ତିଖୋଲ୍ ଜରି ଆଣି ଫେରୁଥିବା ସମୟରେ ରାସ୍ତାରେ ଏକ ପିକପ୍ ସହିତ ଦୁର୍ଘଟଣା ହେବା ପରେ ଚେତାଶୂନ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠି ଗୁରୁତ୍ୱର ହେବାରୁ କଟକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ସେ ଦୁଇଟି ଗୋଡ ଅପରେସନ୍ ସହ ସେ ଭଲ ସେ ଚାଲିପାରୁ ନାହାଁନ୍ତି ଏବଂ ଦୁଇଟି ଗୋଡ ଅକାମି ହୋଇଯାଇଛି ଭଲରେ ଠିକ୍ ସେ ଛିଡା ହୋଇପାରୁନାହାନ୍ତି । ଆର୍ଥିକ ଅଭାବ ହେତୁ ସେ କଟକରେ ଚିକିତ୍ସା ନ ହୋଇ ପାରି ଘରକୁ ପରିବାର ଲୋକ ନେଇ ଆସିଥିଲେ । ଯେହେତୁ ଘରର ମୁଖ୍ୟ ଥିଲେ ପରିବାର ବୋଝ ଶରତଙ୍କ ଉପରେ ସମୂର୍ଣ୍ଣ ନିର୍ଭର କରୁଥିଲା । ଏହା ପରେ ବ୍ୟାବସାୟ ବନ୍ଦ ହେଲା ପରେ ଘରେ ବସି ଚିକିତ୍ସିତ ହୋଇଆସୁଛନ୍ତି । ଆଜିର ଦରଦାମ୍ ଯୁଗରେ ଗୋଟେ ପରିବାର ଚଳେଇବା କେତେ କଷ୍ଟ ଯାହା ବାସ୍ତବତାକୁ ଲକ୍ଷ୍ୟ କଲେ ଜଣାପଡିଥାଏ । ଏପରି ଅବସ୍ଥାରେ ମା ପକ୍ଷ୍ୟାଘାତ (ପାରାଲିସିସ୍)ରୋଗୀ ସହ ପରିବାର ବୋଝ ଓ ଦୁଶ୍ଚିନ୍ତା ଜୀବନ କଷ୍ଟ ଯନ୍ତ୍ରଣା ଦିନକୁ ଦିନ ମାଡିପଡେ । ସରକାର ସୁବିଧା କହିଲେ ୨୫ କେଜି ଚାଉଳ ଓ ମା,ର ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା ସାଙ୍ଗକୁ ଦୈନନ୍ଦିନ ଘରକୁ ଗୁଆ ଆଣି ଦୋକାନି ଠାରୁ କାଟି ଯାହା ଟଙ୍କା ମିଳେ କଷ୍ଟେ ହେଉ ପଛେ ଚଳିଯାଆନ୍ତି । ଦିନେ ଦିନେ ଅଭାବ ଅନାଟନ ପରିବା ନଥିବା କୁ ଚାଉଳ ନଥିବ ଉପବାସ ଭୋକରେ ପାଣି ପିଇ ଶୋଇବାକୁ ପଡେ । ଏହି ପରିସ୍ଥିତିରେ ପୁଅ ଝିଅର ପାଠପଢା ସାଙ୍ଗକୁ ପଢିବା ଖର୍ଚ୍ଚ ଦେବା ଅସମ୍ଭବ ହୋଇପଡେ । ସବୁ ବାପା ମା’ଙ୍କ ଭଳି ତାଙ୍କର ବି ସ୍ୱପ୍ନ ଥିଲା ମୋ ପୁଅ ଝିଅ ପାଠ ପଢି ଭଲ ମଣିଷଟିଏ ହେବ ଭଲ ଘର କରି ଜୀବନକୁ ସୁଖ ଶାନ୍ତିରେ ରହିବେ । ‘କପାଳ ଲିଖନ କି କରିପାରିବ ଆନ’ ଶେଷରେ ନିଜ ଭାଗ୍ୟକୁ ନିନ୍ଦିବା ଛଡା କଣ ବା କରିପାରବେ ଭଗବାନ୍ ଙ୍କ ଉପରେ ଅଶାନ୍ତି ମବ ପ୍ରକୋଟ କରନ୍ତି ।  ଭଗବାନ୍ ଙ୍କ  ଲିଳା ଆଗରେ ସବୁ ତୁଚ୍ଛ ହୋଇଯାଏ । ଏ କି କଲ ପ୍ରଭୁ ପଙ୍ଗୁ ଅକମର୍ଣ୍ଣ୍ୟ କରି ନିତିଦିନ ଭଙ୍ଗା ଘରେ ସ୍ୱପ୍ନକୁ ଅଧା କରି ଛାରଖାର ହୋଇଗଲା ମୋ ଭବିଷ୍ୟତ ଫିକା ପଡିଗଲା ଅଲଡା ହୋଇଗଲା ଜୀବନ । ଯାହା ବି ସୁନା ରୂପା ଥିଲା ଘରେ   ଚିକିତ୍ସା ରେ ସର୍ବସ୍ବ ନାଶ ହୋଇଯାଇଛି । ବର୍ତ୍ତମାନ କ୍ଷେତ୍ରରେ ଚିକିତ୍ସା ପାଇଁ ଅର୍ଥବାଧକ ସାଜିଛି । ସରକାର ତରଫରୁ କୌଣସି ସାହାଯ୍ୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ସେ କୁହନ୍ତି ଯଦି ବିକଳଙ୍ଗା ଭତ୍ତା ହୋଇପାରିଲେ କିଛିଟା ପରିବାର ଚଳିବା ପାଇଁ ସାହାରା ମିଳିପାରନ୍ତା । ଏହି ଅସହାୟ ଦରଦି ବ୍ୟକ୍ତିଙ୍କ ପ୍ରତି କୌଣସି ସହୃଦୟ ବ୍ୟକ୍ତି ଓ ସମାଜସେବୀ ଅନୁଷ୍ଠାନ ସହଯୋଗ କରିବା ପାଇଁ ଗୁହାରୀ କରି ଜଣାଇଛନ୍ତି । ଏହି କୋହଭରା ଦୁଃଖ ସମୟରେ ସାହାରା ମାତ୍ର ସାଜିଛି ଗୁଆ କାଟି ଗୁଞ୍ଜୁରାଣ ମେଣ୍ଟାଇବା ଛଡା ଉପାୟ ଶୂନ୍ୟ । ଏହି ଅସହାୟ ଦରଦି ପ୍ରତି ଗ୍ରାମପଞ୍ଚାୟତ ସମିତି ସଭ୍ୟା ଭାରତୀ ପାତ୍ରଙ୍କ ଜନପ୍ରତିନଧି ସହଯୋଗ ହାତ ବଢାଇବା ସହ କିପରି ସରକାର ତରଫରୁ ଭିନ୍ନକ୍ଷମ ଭତ୍ତା ଖୁବ୍ ଶୀଘ୍ର ମିଳିପାରିବ ଧର୍ମଶାଳା  ବିଧାୟକ ଓ ଚେୟାରମ୍ୟାନଙ୍କ ଦୃଷ୍ଟିକୁ ଆଣି ଯାହା ସୁବିଧା ମିଳିବ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *