ମୁଖ୍ୟ ଖବର

ମନ୍ତ୍ରୀ ନବ ଦାସଙ୍କ ହତ୍ୟା
ଖୁଣ୍ଟା ବ୍ଳକ ବିଜେଡ଼ି ପକ୍ଷରୁ ଶୋକସଭା

ଖୁଣ୍ଟା –
ଏକ ଦୁଃଖଦ ଘଟଣାକ୍ରମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପି ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଯାହାକୁ ନେଇ ଖୁଣ୍ଟା ସ୍ଥିତ ମିନି ଷ୍ଟାଡ଼ିୟମ ପରିସରରେ ଥିବା ହନୁମାନ ମନ୍ଦିରରେ ଖୁଣ୍ଟା ବ୍ଳକ ବିଜେଡ଼ି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ବ୍ଳକ ବିଜୁ ଜନତା ଦଳ ର ବ୍ଳକ ସଭାପତି ତଥା ପୂର୍ବତନ ବ୍ଳକ ଉପାଧ୍ଯକ୍ଷ ଶିଦ୍ଧନାଥ ସରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ପୁସ୍ପଲତା ମାରାଣ୍ଡି , ୧୨ ଓ ୧୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ମୁର୍ମୁ , ସୁନୀତି ମାରଣ୍ଡି , ବରିଷ୍ଠ କର୍ମୀ ଶୁଶାନ୍ତ ଆଚାର୍ଯ୍ୟ , ଯୁବ ସଭାପତି ଶୁଶାନ୍ତ ପସାଙ୍କ ସମେତ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ସଭାପତି ଓ କର୍ମୀମାନେ ଯୋଗଦେଇ ଥିଲେ । ଇତ୍ୟବସରରେ ସ୍ଵର୍ଗତ ମନ୍ତ୍ରୀ ନବ ଦାସ ଙ୍କ ପୋଂଟ ଚିତ୍ରରେ ପୁସ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଏପରି ଏକ ଦୁଃଖଦ ଘଟଣାରେ ମୃତ୍ୟୁ ବରଣ କୁ ନେଇ ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତାଙ୍କର ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଦାସଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୁରଣୀୟ କ୍ଷେତି ବୋଲି ନେତୃଗଣ କହିଥିଲେ । ଏବଂ ତାଙ୍କର ଅମର ଆତ୍ମାର ଶାନ୍ତି କାମନା କରି ହନୁମାନ ମନ୍ଦିର ରେ ଦୀପ ଦାନ କରାଯିବ ସହ ୨ ମିନିଟର ନୀରବ ପ୍ରାର୍ଥନା କରାଯିବା ସହିତ ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *