ରାଜ୍ୟ

ପାଞ୍ଚ ମାସର ଭତ୍ତା ଭୂତ ଖାଇଗଲା ଦୁର୍ଦ୍ଦିନ ଅବସ୍ତାରେ ବୃଦ୍ଧବୃଦ୍ଧା*

ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଅଧିକାଂଶ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ୩ ରୁ ୫ମାସ ହେବ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ।

 କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଯେପରି ଭତ୍ତା ଟଙ୍କା ହିତାଧିକାରୀଙ୍କ ସିଧା ସଳଖ ବ୍ୟାଙ୍କ୍ ପାସ୍ ବୁକ୍ କୁ ଡିବିଟି ମାଧ୍ୟମରେ ଭତ୍ତା ଟଙ୍କା ପଠୋଉଛନ୍ତି ତାହା ଏକ ସ୍ୱାଗତ ଯୋଗ୍ୟ ପଦେକ୍ଷପ । ଯାହା ଦ୍ୱାରା କି ଅନେକ ମୃତହତ ବ୍ୟକ୍ତିଙ୍କ ନାମରୁ ଟଙ୍କା ଉଠାଣ ରୋକିବା ସହିତ ଭତ୍ତାର ବାଟ ମାରଣ ରୋକିବା ଏକ ସ୍ୱଚ୍ଛତାକୁ ପ୍ରମାଣି କରେ ।  ଅଧିକାଂଶ ହିତାଧିକାରୀଙ୍କ ୩ ରୁ ୫ ମାସ ଯାଏ ସ୍ଥାନୀୟ ଅଞ୍ଚଳରେ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ଯାହା ଫଳରେ କି ବ୍ୟାଙ୍କ୍ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ  ପାଖକୁ ବାରମ୍ବାର ଦୌଡି ଦୌଡି ଓ ଅନେକ ଥର ବ୍ୟାଙ୍କ୍ ପାସ୍ ବୁକ୍ ,ଆଧାରକାର୍ଡ,ଭତ୍ତା ବହି ଓ ବ୍ୟାଙ୍କ୍ ଷ୍ଟେଟମେଣ୍ଟ୍ ଜେରସ୍କ କରି ଦେଲେବି କୌଣସି ବି କାର୍ଯ୍ୟ ଫଳପ୍ରଦ ହୋଇପାରୁ ନାହିଁ । ବାଧ୍ୟ ହୋଇ ଭତ୍ତା ଟଙ୍କା ନ ମିଳିବାରୁ ନିରାଶ ହୋଇ ଫେରିବାକୁ ପଡୁଛି ଅସହାୟ ବୃଦ୍ଧବୃଦ୍ଧାମାନେ । ବ୍ଲକ୍ ର ବି ଏସ୍ ଏସ୍ ଓ ଶ୍ରୀଯୁକ୍ତ ତାପସ ବେହେରାଙ୍କୁ ପଚାରିବାରୁ ସେ କହିଲେ ହେଡ୍ ରେ ଟଙ୍କା ଆସିଲେ ବାକି ଥିବା ୫ମାସର ପଠେଇଦିଆଯିବ କିନ୍ତୁ କେବେ ଆସିବ ତାହା ସନ୍ତୋଷଜନକ ଉତ୍ତର ନ ପାଇବାରୁ  ଅନେକ ବୃଦ୍ଧବୃଦ୍ଧା ମନରେ ପ୍ରଶ୍ନ ଭତ୍ତା ଟଙ୍କା ଭୂତ ଖାଇଗଲା ଆଉ ମିଳିବ ନାହିଁ । ଏଣୁ ବିରକ୍ତ ହୋଇ ସେମାନଙ୍କ ମନରେ ସରକାର ପ୍ରତି ବିତୁଷ୍ନାଭାବ ସୃଷ୍ଟି ହେବା ସହ ଟଙ୍କା ବାଟମାରଣ ହେଉଛି ବା ଭୂତ ଖାଉଛି ବୋଲି ସେମାନେ ଅଭିଯୋଗ କରନ୍ତି । ମୋ ସରକାର ସ୍ୱଚ୍ଛ ନିର୍ମଳ ଭାବ ମୂତ୍ତିରେ କାର୍ଯ୍ୟକୁ ନିଭାଉ ଥିବା ବେଳେ ଏପରି ଅବହେଳା ନିରାଶଜନକ ଓ ସମ୍ବେନ୍ଦନଶୀଳ । ଭତ୍ତା ପାଉଥିବା ଅଧିକାଂଶ ହିତାଧିକାରୀମାନେ ୬୦ ରୁ ଉର୍ଦ୍ଧ୍ବ ବୟସ ହୋଇଥିବା ବେଳେ ବୟସର ଅପରାହ୍ନରେ ବ୍ୟାଙ୍କ୍ ଯିବା କଷ୍ଟ ହୋଇପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣିବା ସହ ଆଗରୁ ଯେପରି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ହାତରେ ଟଙ୍କା ଦିଆଯାଉଥିଲା ସେହିପରି କରାଯାଉ ବୋଲି ଦୃଢଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *