ରାଜ୍ୟ

ନିନ୍ମମାନ ର ଗାର୍ଡୱାଲ ଧସେଇଯିବା ରୁ ଲାଞ୍ଜିଆ ଶିଶୁ ଉଦ୍ୟାନର ଭଗ୍ନଅବସ୍ଥା l

କୁକୁଡାଖଣ୍ଡି ( ଇପିଲି ପୁର୍ଣ୍ଣଚନ୍ଦ୍ର ) କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ପଂଚାୟତ ନିକଟରେ ଥିବା ଶିଶୁ ଉଦ୍ୟାନ ଟି ଉଦ୍ଘାଟନର ୨ ବର୍ଷ ନବିତୁଣୁ ଶିଶୁ ଉଦ୍ୟାନଟି ଭଗ୍ନଅବସ୍ଥା ରେ ପଡିରହିଥିବା ଅଭିଯୋଗ ହୋଇଛି l ଉଦ୍ଘାଟନ ଫଳକ ଟି ୨0୨୨ ମସିହା ଜାନୁଆରୀ 14ରେ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ କରମଳ ରେ ଉଦଘାଟିତ ହୋଇଥିବା ବେଳେ ଉଦ୍ଘାଟନର ୨ ବର୍ଷ ମଧ୍ୟରେ ଶିଶୁ ଉଦ୍ୟାନ ଟି ଭଗ୍ନଅବସ୍ଥା ରେ ଆସିଛି l ଏନେଇ ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ଼ ଙ୍କୁ ପଚାରିବୁଝିବା ରୁ ପାର୍କ ଟି ଭଗ୍ନ ଅବସ୍ଥା ଆସିବା ର କାରଣ ପଂଚାୟତ
ପୋଖରୀର ଗାର୍ଡୱାଲ ଗତକିଛି ବର୍ଷ ତଳେ ସରକାରଙ୍କ ବହୁ ଲକ୍ଷ ଟଙ୍କା ରେ ନିମ୍ନମାନର ୱାଲକାର୍ଯ୍ୟ ହୋଇଥିବା ରୁ ଶୀଘ୍ର ଭୁଶୁଡିପଡିଥିବା କୁହାଯାଉଛି ଏହି କାର୍ଯ୍ୟ ଟି ତତ୍କାଳୀନ ଯନ୍ତ୍ରୀ କୈଳାଶ ପାତ୍ର କୁକୁଡାଖଣ୍ଡିରେ କାର୍ଯ୍ୟରତ ରହି ତଦାରଖ କରି ଆସୁଥିବା ସମୟରେ କାର୍ଯ୍ୟ ମାନ ଠିକ ନଥିବା ରୁ ଏହା କିଛି ମାସ ତଳେ ସମ୍ପୂର୍ଣ ଭାବେ ପୋଖରୀ ମଧ୍ୟକୁ ଭୁଶୁଡିଯିବା ରୁ ଏହା ର ପ୍ରଭାବ ରେ ଶିଶୁ ଉଦ୍ୟାନ ଟି ଭଗ୍ନଅବସ୍ଥା ରେ ପଡିରହିଥିବା କହିଛନ୍ତି l ଗାର୍ଡୱାଲ କୁ ପୁନଃ କାର୍ଯ୍ୟକ୍ଷମ କରାଯାଉଛି ବୋଲି କହିଛନ୍ତି l ଏହି କାର୍ଯ୍ୟ କୁ ପ୍ରଶାସନ ନଜିର ରଖିବା କୁ ସାଧାରଣ ରେ ଦାବି ହୋଇଛି l

Leave a Reply

Your email address will not be published. Required fields are marked *