ରାଜ୍ୟ

ଏମ୍ସ ଭୁବନେଶ୍ୱରରେ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରଉଦ୍ଘାଟନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ

  • ଉଦ୍ଘାଟନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ
  • ଭୁବନେଶ୍ୱର, 13/08/2023: ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ
  • ଉଦ୍ଘାଟନ କରିଛନ୍ତି।
  • ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍ ହିତାଧିକାରୀମାନେ
  • ନଗଦବିହୀନ ଚିକିତ୍ସା ସୁବିଧା ବ୍ୟବସ୍ଥାର ସୁଫଳ ସହଜରେ ଏବଂ ବିନା ବାଧାରେ ନେଇପାରିବେ।
  • ଏହି କେନ୍ଦ୍ର ବିଶେଷ କରି ବରିଷ୍ଠ ନାଗରିକ (ସିଜିଏଚଏସ୍ ର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ) ଙ୍କ ପାଇଁ ଲାଭଦାୟକ ହେଵ ବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି।
  • କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦେଶର ଛଅ ଟି ଏମ୍ସ (ଏମ୍ସ ଭୁବନେଶ୍ୱର ସମେତ) ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମାକୁ ଅନୁପାଳନ ପୂର୍ବକ ଏମ୍ସ ଭୁବନେଶ୍ଵରରେ ଏହି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
  • ଏହି ସ୍ୱତନ୍ତ୍ର ସୁବିଧା ମାଧ୍ୟମରେ, ସିଜିଏଚଏସ୍ ପେନସନଭୋଗୀ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ଏଠାରେ ଉପଲବ୍ଧ ସମସ୍ତ ଚିକିତ୍ସା ସୁବିଧାର ଲାଭ ଦେୟମୁକ୍ତ ଭାବେ ପାଇପାରିବେ।
  • ପୂର୍ବରୁ ଏହି ବର୍ଗର ହିତାଧିକାରୀମାନେ ଚିକିତ୍ସା ସୁବିଧା ନିମନ୍ତେ ପ୍ରଥମେ ଦେୟ ପ୍ରଦାନ କରୁଥିଲେ।
  • ଏମ୍ସ ଭୁବନେଶ୍ଵରରେ ବର୍ତ୍ତମାନ ଉପଲବ୍ଧ ଏହି ସ୍ଵତନ୍ତ୍ର ପଞ୍ଜିକରଣ କେନ୍ଦ୍ର ସିଜିଏଚଏସ୍ ହିତାଧିକାରୀଙ୍କ ସମୟ ସଞ୍ଚୟ କରିବା ସହିତ ଅନ୍ୟାନ୍ୟ ବିଭିନ୍ନ ସୁବିଧା ପ୍ରଦାନ କରିବ।
  • ଉଲ୍ଲେଯୋଗ୍ୟ ଯେ, ସିଜିଏଚଏସ୍ ପେନ୍‌ସନ୍‌ଭୋଗୀ ଏବଂ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବର୍ଗ ସିଜିଏଚଏସ୍ ହିତାଧିକାରୀମାନେ ଏମ୍ସ ଓପିଡି ରେ ନଗଦବିହୀନ ଚିକିତ୍ସା, ଅନୁସନ୍ଧାନ ଏବଂ ଇନଡୋର ଚିକିତ୍ସା ଲାଭ ନେଇପାରିବେ।
  • ବୈଧ ସିଜିଏଚଏସ୍ ପରିଚୟ ପତ୍ର ମାଧ୍ୟମରେ ହିଁ ହିତାଧିକାରୀମାନେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇପାରିବେ। ସେହିପରି ସିଜିଏଚଏସ୍ ହିତାଧିକାରୀମାନେ ମଧ୍ୟ ଏହି ସୁବିଧା ମାଧ୍ଯମରେ ଏଠାରୁ ଔଷଧ ନେଇପାରିବେ।
  • ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଆଇଟି ସେଲ୍ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *