ରାଜ୍ୟ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

(ବିରବଲ ପ୍ରଧାନ )ନୂଆପଡା ଜ଼ିଲ୍ଲାଅନ୍ତର୍ଗତ ଖରିଆର ରୋଡ ଏଫସିଆଇ ଗୋଦାମ ପରିସରରେ ନିର୍ମାଣ ଶ୍ରମୀକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲ୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି, ଖରିଆର ରୋଡ ନଗରପାଳ ସୋନିଆ ଜୈନ, ନୂଆପଡା ଜ଼ିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଜଗତ ସିଂ ମାଝୀ,  ଜ଼ିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ନୂଆପଡା ବ୍ଲକ  ଅଧ୍ୟକ୍ଷl ତରେଶ୍ୱରୀ ସାହୁ, କୋମନା ବ୍ଲକ  ଅଧ୍ୟକ୍ଷl ଅନୁସୟା କୁମ୍ଭାର, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ସମାଜ ସେଵୀ ଧନୀରାମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ଶିବିରରେ ଜ଼ିଲ୍ଲାର ନୂଆପଡା ବ୍ଲକ, ଏନଏସି, ଖରିଆର ରୋଡ ଏନଏସି ଓ କୋମନା ବ୍ଲକର ମୋଟ ୩୭୭ଜଣଙ୍କୁ ଶିକ୍ଷା ସହାୟତା ବାବଦକୁ ୧୫ଜଣଙ୍କୁ ୮ଲକ୍ଷ୍ ୮୦ହଜାର, ବିବାହଜନିତ ସହାୟତା ୧୭୮ଜଣଙ୍କୁ  ୮କୋଟି ୮ଲକ୍ଷ୍ ୭୫ହଜାର, ମାତୃତ୍ୱ ସୁବିଧା ସହାୟତା ୮ ଜଣଙ୍କୁ ୮୦ ହଜାର, ଅନ୍ତିମ ସଂସ୍କାର ସହାୟତା ୩ଲକ୍ଷ୍ ୮୦ ହଜାର ଓ ମୃତ୍ୟୁକାଳୀନ ସହାୟତା ବାବଦକୁ ଶହେ ଜଣଙ୍କୁ ୨କୋଟି ଟଙ୍କା ପ୍ରଦାନ କରାଯାଇଛି l ମୋଟ ୩୭୭ ଜଣକୁ ୨କୋଟି ୯୪ଲକ୍ଷ୍ ୨୩ହଜାର ଟଙ୍କା ପ୍ରଦାନ କରାଯାଇଛି l ପରବର୍ତୀ ସମୟରେ ବୋଡେ଼ନ ଓ ସିନାପାଲି ବ୍ଲକର ନିର୍ମାଣ ଶ୍ରମୀକ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲ୍ଲା ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *