ଦନ୍ତା ହାତୀ ଉତ୍ପାତ ରେ ଅତିଷ୍ଟ ଗ୍ରାମବାସୀ । ଭୟରେ ବିତୁଛି ରାତି ।
ବଣାଇଁ:- ୧୪/୮ ( ସନ୍ତୋଷ କୁମାର ଅଟୀ ) ସୁନ୍ଦରଗଡ଼ ଜିଲ୍ଲା ବଣେଇଁ ରେଞ୍ଜରେ ଦିନେକି ଦୁଇ ଦିନ ନୁହେଁ ଦୀର୍ଘ ଆଠ ଦିନ ହେବ ନିଦ ହଜାଇ ଦେଇଛନ୍ତି ଦୁଇଟି ଦନ୍ତା ହାତୀ । କେତେବେଳେ ଚାଷୀଙ୍କ ଧାନ ନଷ୍ଟ କରୁଛନ୍ତି ତ ଆଉ କେତେ ବେଳେ ଗାଁ ଦାଣ୍ଡରେ ପଶି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି । ବର୍ତ୍ତମାନ ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀ, ଗାଁ ଦାଣ୍ଡରେ ହାତୀ ଚାଲିବା ଦେଖି ଲୋକେ ଭୟଭୀତ ଅବସ୍ଥାରେ। ଏହି ହାତୀ ଦୁଇଟି ଧରଣିଧର ପାଲି ଜଙ୍ଗଲରେ ଦିନରେ ରହୁଥିବା ବେଳେ ରାତି ହେବା କ୍ଷଣି ନିକଟ ଗାଁ ତଳିତା, ସାନଗୋଗୁଆ, କେଲ,କଂସରା, ଅଂଚଳରେ ପଶି ଉତ୍ପାତ ଚଳାଇ ଥିବାବେଳେ ଏକର ଏକର ଧାନ ଫସଲନଷ୍ଟ କରିଦେଇଥିବାରୁ ଚିନ୍ତାରେ ଚାଷୀ, ସାନ ଗୋଗୁଆ, ଦେଓ ପୋଷ ଅଂଚଳରେ ଘର ଭାଙ୍ଗି ଥିବା ଯୋଗୁ ନାହିଁ ନଥିବା ହଇରାଣ ହେଉଛନ୍ତି । ହାତୀକୁ ଘଞ୍ଚ ଜଙ୍ଗଲକୁ ନେବାକୁ ବନ ବିଭାଗର ରାତିରେ ପ୍ରୟାସ ଜାରି ରହିଥିବା ବେଳେ ପୁଣି ସକାଳୁ ଧରଣୀଧର ପାଲି ଜଙ୍ଗଲକୁ ପଳାଇ ଆସୁଛି, ଦୀର୍ଘ ୮ଦିନ ହୋଇଗଲା ଏ ହାତୀର ଉତ୍ପାତ ଯୋଗୁ ଭୟ ଏବଂ ଆଶଙ୍କାରେ ରାତିରେ ଶୋଇ ପାରୁନାହାନ୍ତି, ଏଣୁ ଏକ ସୋତନ୍ତ୍ର ଟିମ ଗଠନ କରି ହାତୀ କୁ ଘଉଡ଼ାଇ ବାକୁ ଅଞ୍ଚଳରେ ଦାବି ହେଉଛି।